www.samajalive.in
Sunday, December 14, 2025
23.1 C
Bhubaneswar

ଶିକ୍ଷୟିତ୍ରୀଙ୍କୁ ‘କୈବଲ୍ୟ ରତ୍ନବେଦୀ’ ସମ୍ମାନ

ରେଙ୍ଗାଲିକ୍ୟାମ୍ପ: କଟକ କଳା ବିକାଶ କେନ୍ଦ୍ରରେ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ କିମ୍ବଦନ୍ତୀ କଥନ ଓ ଆଧ୍ୟାତ୍ମିକ ଆଲୋଚନା ମହାସଭା ଅନୁଷ୍ଠିତ ହୋଇଯାଇଛି। ସଂସଦର ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ମହାସଭାରେ ଅଲେଖ ଚନ୍ଦ୍ର ପଢିଆରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ନ୍ୟାୟ ମୂର୍ତ୍ତି ରତିକାନ୍ତ ମହାପାତ୍ର ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପିକା ବିଦ୍ୟୁତ୍ ପ୍ରଭା ମିଶ୍ର ମଞ୍ଚାସୀନ ଥିଲେ । ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ, ପ୍ରକୃତି ବନ୍ଧୁ, କବୟିତ୍ରୀ ତଥା ଲେଖିକା ଅନସୂୟା ଦେବତାଙ୍କୁ ‘କୈବଲ୍ୟ ରତ୍ନବେଦୀ’ ସମ୍ମାନ ପ୍ରଦାନ କରାଯାଇଛି। ଏହି ମହାସଭାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅନେକ କବି, କବୟିତ୍ରୀ ଓ ସାରସ୍ଵତ ସ୍ରଷ୍ଟାମାନଙ୍କୁ ସମ୍ମାନିତ କରାଯାଇଥିଲା। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟର ଡଃ ଉମେଶ ଚନ୍ଦ୍ର ଜେନା, ଗୁରୁ କଲ୍ୟାଣ ମହାପାତ୍ର, ଡଃ ଶୁଭ କୁମାର ଦାସ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ରବୀନ୍ଦ୍ର ନାଥ ମହାନ୍ତି, ଡଃ ଏକାଦଶୀ ପ୍ରଧାନ, ଦେବେନ୍ଦ୍ର ନାଥ ମାଝୀ, ଡଃ ଅଭୟ କୁମାର ନାଏକ, ସମ୍ପଦ ରଥ, ପଣ୍ଡିତ ସୁରେନ୍ଦ୍ର ନାଥ ତ୍ରିପାଠୀ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ବିଜୟ ଦାଶ ପ୍ରମୁଖ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଓ କିମ୍ବଦନ୍ତୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories