www.samajalive.in
Monday, December 8, 2025
13.1 C
Bhubaneswar

ଟ୍ରେନ୍‍ରୁ ବ୍ୟାଟେରୀ ଚୋରି ମାମଲା

ପିପିଲି : ଏକ ଟ୍ରେନ୍‍ ବ୍ୟାଟେରୀ ଚୋରି ମାମଲାରେ ଆର୍‍ପିଏଫ୍‍ ପକ୍ଷରୁ ପିପିଲି ଥାନା ଅନ୍ତର୍ଗତ ବଧି ଗ୍ରାମରେ ଚଢାଉ କରାଯାଇ କେତେକ ବ୍ୟାଟେରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ବୀରପୁରୁଷୋତ୍ତମପୁର ଷ୍ଟେସନ ଠାରେ ଅଟକି ଥିବା ଏକ ଷ୍ଟେବୁଲ ଟ୍ରେନ୍‍ର ଯାଞ୍ଚ ଓ ମରାମତି କାର୍ଯ୍ୟ ପୁରୀ ଷ୍ଟେସନ ଠାରେ କରାଯାଉଥିବା ବେଳେ ଉକ୍ତ ଟ୍ରେନ୍‍ରୁ ୨୭ଟି ବ୍ୟାଟେରୀ ଚୋରି ହୋଇଥିବା ଜଣାପଡିଥିଲା। ଏସମ୍ପର୍କରେ ଗତ ୨୬ ତାରିଖରେ ପୁରୀ ଆର୍‍ପିଏଫ୍‍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଉକ୍ତ ବ୍ୟାଟେରୀ ଚୋରି ଘଟଣାରେ ପୁରୀର ଜଣେ ଯୁବକକୁ ଆର୍‍ପିଏଫ୍‍ ପୁଲିସ ଅଟକ ରଖି ପଚରାଉଚୁରା ଚଳାଇଥିଲା। ଉକ୍ତ ଯୁବକ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ପୁରୀ ଆର୍‍ପିଏଫ୍‍ ଇନିସପେକ୍ଟର ଗଗନ କୁମାର ଦାଶ, ଏସ୍‍ଆଇ ପ୍ରଫୁଲ୍ଲ କୁମାର ରାଉଳ, ଅମୀତ କୁମାର, ଖୋର୍ଦ୍ଧାରୋଡ ଆର୍‍ପିଏଫ୍‍ କ୍ରାଇମବ୍ରାଞ୍ଚ ବିଭାଗର ଇନିସପେକ୍ଟର ପ୍ରଦୀପ କୁମାର ନାୟକ, ନାରାୟଣ ସାହୁ ପ୍ରମୁଖ ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟବର୍ତ୍ତି ବଧି ଗ୍ରାମର ଜନୈକ ଯୁବକର କଂସା, ପିତ୍ତଳ କାରଖାନା ତଥା ଗୋଦାମ ଉପରେ ଚଢାଉ କରିଥିବା ବେଳେ ସେଠାରୁ କିଛି ମିଳିନଥିଲା। ତେବେ ଉକ୍ତ ଗ୍ରାମର ଏକ ପୋଖରୀ ମଧ୍ୟରୁ ଗୋଟିଏ ବଡ ବ୍ୟାଟେରୀ ଓ ୨୪ଟି ଛୋଟ ବ୍ୟାଟେରୀକୁ ଆର୍‍ପିଏଫ୍‍ ପୁଲିସ ଜବତ କରିଥିଲା। ଆର୍‍ପିଏଫ୍‍ର ଏହି ଚଢାଉ ଖବର ପାଇ ବଧି ଗ୍ରାମର ଉକ୍ତ ଯୁବକ ଜଣକ ଫେରାର୍‍ ହୋଇଯାଇଥିବା ସୂଚନା ମିଳିଛି। ତଦନ୍ତରେ ବାଧା ଉପୁଜିବାର ସମ୍ଭାବନା ଥିବା ଦୃଷ୍ଟିରୁ ଉକ୍ତ ଯୁବକର ନାମକୁ ଆର୍‍ପିଏଫ୍‍ ପୁଲିସ ପ୍ରକାଶ କରିନାହିଁ। ଟ୍ରେନ୍‍ରୁ ଚୋରି ବ୍ୟାଟେରୀକୁ ପୁରୀ, ପିପିଲିର ବଧି, ଭୁବନେଶ୍ୱର ଓ କଟକରେ ବିକ୍ରି କରାଯାଇଥିବା ସମ୍ପର୍କରେ ପୁରୀ ଆର୍‍ପିଏଫ୍‍ର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ଆର୍‍ପିଏଫ୍‍ ପକ୍ଷରୁ ଭୁବନେଶ୍ୱର, କଟକ ଓ ପୁରୀରେ ମଧ୍ୟ ଚଢାଉ ଚାଲିଥିବା ସୂଚନା ମିଳିଛି। ବଧି ଗ୍ରାମରେ ଆର୍‍ପିଏଫ୍‍ର ଏହି ଚଢାଉ ସମୟରେ ପିପିଲି ପୁଲିସ ଓ ଦମକଳ ବାହିନୀ ସହଯୋଗ କରିଥିଲା।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories