www.samajalive.in
Monday, December 8, 2025
20.1 C
Bhubaneswar

ଏସ୍‍ଏସ୍‍ସି ପରୀକ୍ଷା ରଦ୍ଦ ପାଇଁ କେନ୍ଦ୍ରର ମତାମତ ଲୋଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଷ୍ଟାଫ୍‍ ସିଲେକ୍‍ସନ୍‍ କମିସନ୍‍ (ଏସ୍‍ଏସ୍‍ସି) ପକ୍ଷରୁ ୨୦୧୭ରେ ଅନୁଷ୍ଠିତ ସ୍ନାତକ ସ୍ତରୀୟ ପରୀକ୍ଷା ରଦ୍ଦ କରିବା ନିମନ୍ତେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ମତାମତ ଲୋଡିଛନ୍ତି। ପରୀକ୍ଷାରେ ହୋଇଥିବା ଦୁର୍ନୀତି କାରଣରୁ କେତେ ଜଣ ଆଶାୟୀ ପ୍ରାର୍ଥୀ ଲାଭବାନ ହେବେ ତାହା ଆକଳନ ଅସମ୍ଭବ ମନେ ହେଉଥିବାରୁ ଏହି ପରୀକ୍ଷା ରଦ୍ଦ କରିବା ଉପରେ ସୁପ୍ରିମକୋର୍ଟ ବିଚାରବିମର୍ଶ କରୁଛନ୍ତି। ୨୦୧୮ ଫେବୃଆରୀରେ ଅନୁଷ୍ଠିତ ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‍ ତଥା ପରୀକ୍ଷା ବେଳେ ବ୍ୟାପକ କପି କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ସିବିଆଇ ତଦନ୍ତ କରିବାକୁ ମାର୍ଚ୍ଚରେ କନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ। ମେ’ମାସରେ ସିବିଆଇ ସିଫି ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‍ର ୧୦ ଜଣ କର୍ମଚାରୀଙ୍କ ସମେତ ୧୭ ଜଣ ଲୋକଙ୍କ ବିରୋଧରେ ଏଫ୍‍ଆଇଆର୍‍ ରୁଜୁ କରି ତଦନ୍ତ କରିଥିଲା। ଅଗଷ୍ଟରେ ସର୍ବୋଚ୍ଚ ଅଦାଲତ ଏସ୍‍ଏସ୍‍ସିକୁ ଏହି ପରୀକ୍ଷାର ଫଳାଫଳ ପ୍ରକାଶ କରିବାକୁ ବାରଣ କରିଥିଲେ। ଏଥିସହ ଏହି ପରୀକ୍ଷାକୁ ନେଇ ହୋଇଥିବା ଦୁର୍ନୀତିରୁ ଫାଇଦା ଉଠାଇବା ପୂର୍ବକ କାହାରିକୁ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories