www.samajalive.in
Tuesday, December 9, 2025
16.1 C
Bhubaneswar

ସିବିଆଇ ସଙ୍କଟ: ମୋଇନ୍ କୁରେସୀ ମାମଲାର ତଦନ୍ତ କରିବେ ଦାଗର

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ସୋମବାର ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ନଭେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯଦ୍ଦ୍ୱାରା ଏହି ସମୟ ମଧ୍ୟରେ ତାଙ୍କୁ ତଦନ୍ତକାରୀମାନେ ଗିରଫ କରିପାରିବେ ନାହିଁ। ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ଦାଖଲ ଏଫଆଇଆର୍‍କୁ ଚ୍ୟାଲେଞ୍ଜ କରି ଆସ୍ଥାନା କରିଥିବା ଆବେଦନ ଉପରେ ରିପୋର୍ଟ ଦେବାକୁ ସିବିଆଇ କାହିଁକି ବିଳମ୍ବ କରୁଛି, ସିବିଆଇ ଅଚଳ ହୋଇପଡିଛି କି ବୋଲି ହାଇକୋର୍ଟ ପ୍ରଶ୍ନ କରଛନ୍ତି।
ଉତ୍ତରରେ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ମାମଲା ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ୍‍ କେନ୍ଦ୍ରୀୟ ଭିଜିଲାନ୍ସ କମିସନ (ସିଭିସି) ନିକଟକୁ ପଠାଯିବାକୁ ଥିବା ବେଳେ ଇତିମଧ୍ୟରେ ତଦନ୍ତକାରୀ ଦଳରେ ପରିବର୍ତ୍ତନ କରାଯାଇଛି। ଏଣୁ ରିପୋର୍ଟ ଦାଖଲ ଲାଗି ଅଧିକ ସମୟ ଆବଶ୍ୟକ ବୋଲି ସିବିଆଇ ଦର୍ଶାଇଥିଲା। ଫଳରେ ହାଇକୋର୍ଟ ବିଚାରପତି ନଜମୀ ୱାଜିରିଙ୍କ ପୀଠ ସଂସ୍ଥାକୁ ରିପୋର୍ଟ ଦାଖଲ ନିମନ୍ତେ ଅଧିକ ଏକ ସପ୍ତାହ ସମୟ ପ୍ରଦାନ କରିଛନ୍ତି। ସିବିଆଇ ସଙ୍କଟ ଲାଗି ରହିଥିବା ବେଳେ ଅନ୍ୟପଟେ ଏହାର ମୂଳ ମଞ୍ଜି କୁହାଯାଉଥିବା ବିବାଦୀୟ ବ୍ୟବସାୟୀ ମୋଇନ୍ କୁରେସୀ ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କୁ ସିବିଆଇ ମାମଲାରୁ ହଟାଇ ଦେଇଥିବା ଜଣାପଡିଛି। ଇଂଲିଶ ଗଣମାଧ୍ୟମ ଦି ଇଣ୍ଡିଆନ ଏକ୍ସପ୍ରେସ୍‍ରେ ପ୍ରକାଶିତ ଖବର ଅନୁସାରେ ସିବିଆଇ ଦୁର୍ନୀତି ନିବାରଣ ୟୁନିଟ୍‍-୨ର ଏସ୍‍ପି ଏସ୍‍. କିରାନ ଏହି ମାମଲାର ତଦନ୍ତ କରୁଥିଲେ। ତାଙ୍କୁ ମାମଲାରୁ ଦୂରେଇ ଦିଆଯାଇ ତଦନ୍ତ ଦାୟିତ୍ୱ ସିବିଆଇ ଦୁର୍ନୀତି ନିବାରଣ ୟୁନିଟ୍‍-୩ର ଏସ୍‍ପି ସତୀଶ ଦାଗରଙ୍କୁ ପ୍ରଦାନ କରାଯାଇଛି। ରବିବାର ମାମଲା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଦାଗରଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଏ।
ଦୁର୍ନୀତି ନିବାରଣ ୟୁନିଟରେ ନିଯୁକ୍ତ ହେବା ପୂର୍ବରୁ ଦାଗର ଅର୍ଥନୈତିକ ଅପରାଧ ୟୁନିଟରେ ନିଯୁକ୍ତ ଥିଲେ। ପୂର୍ବରୁ ସେ ଗୁରମିତ ରାମ ରହିମ ମାଲାର ତଦନ୍ତ କରଥିଲେ। ଏଥିସହ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ମଧ୍ୟ ସେ କରିଥିଲେ। ଅକ୍ଟୋବର ୨୬ରେ ନୂତନ ତଦନ୍ତକାରୀ ଅଧିକାରୀ ହାଇଦରାବାଦର ବ୍ୟବସାୟୀ ସାନାଙ୍କୁ ସମନ ଜାରି କରିଥିଲେ। ସାନାଙ୍କ ବୟାନକୁ ଭିତ୍ତି କରି ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ କରାବାର ନେଇ ଏଫ୍‍ଆଇଆର ରୁଜୁ ହୋଇଥିଲା। ଆସ୍ଥାନାଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରାଧ ମାମଲାର ପ୍ରକ୍ରିୟାରେ ସ୍ଥିତାବସ୍ଥା କାଏମ ରଖିବାକୁ ଅକ୍ଟୋବର ୨୩ରେ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ମାମଲାର ସମସ୍ତ ରେକର୍ଡ ଏବଂ ମୋବାଇଲ ଫୋନ ରେକର୍ଡ ସଂରକ୍ଷିତ ରଖିବାକୁ ହାଇକୋର୍ଟ ଉଭୟ ଆସ୍ଥାନା ଓ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କୁ ନିର୍ଦେଶ ଦେଇଥିଲେ। ପରସ୍ପର ଉପରେ ଦୁର୍ନୀତି ଅଭିଯୋଗ ଆଣିଥିବା ସିବିଆଇର ଦୁଇ ପ୍ରମୁଖ ଅଧିକାରୀ ବର୍ମା ଏବଂ ଆସ୍ଥାନା ଅଭିଯୋଗଗୁଡିକୁ ଆସ୍ୱୀକାର କରିବା ସହିତ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଛୁଟିରେ ପଠାଯିବା ନିଷ୍ପତ୍ତି ବିରୋଧରେ ଭିନ୍ନ ଭିନ୍ନ ଆବେଦନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories