www.samajalive.in
Tuesday, December 9, 2025
16.1 C
Bhubaneswar

ଆସିଲା ରୟାଲ ଏନଫିଲ୍ଟର କ୍ଲାସିକ-୩୫୦ର ନୂଆ ମଡେଲ ବାଇକ

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ନିଜର କ୍ଲାସିକ-୩୫୦ ଗନମେଟଲ ଗ୍ରୋର ଏବିଏସ୍‍ ବ୍ୟବସ୍ଥା ଭାରତରେ ଲଞ୍ଚ କରିଛି। ଏହାର ମୂଲ୍ୟ ୧.୮୦ଲକ୍ଷ ଟଙ୍କା ରହିଛି। କମ୍ପାନୀ ନିଜର ବାଇକରେ ଆଣ୍ଟି ଲକ ବ୍ୟବସ୍ଥା ଦେବା ଆରମ୍ଭ କରିଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସରକାରଙ୍କ ନିୟମ ଅନୁଯାଇ ୨୦୧୯ ଅପ୍ରେଲ ୧ ତାରିଖ ସୁଦ୍ଧା କମ୍ପାନୀର ସମସ୍ତ ବାଇକରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଧିକ ସଚେତନତା ରହିବ। ରୟାଲ ଏନଫିଲ୍ଟ କ୍ଲାସିକ-୩୫୦ରେ ଆଗ ଏକ ପଛ ଚକରେ ଯଥାକ୍ରମେ ୨୮୦ଏମଏମ ଓ ୨୪୦ଏମଏମ୍‍ ଡିସ ବ୍ରେକ ରହିଛି। ଏହି ବାଇକରେ ଦିଆଯାଇଥିବା ଏବିଏସ୍‍ ବ୍ୟବସ୍ଥା ପାଇଁ କମ୍ପାନୀ ବାଇକର ମୂଲ୍ୟ ୧୦,୦୦୦ ଟଙ୍କା ବୃଦ୍ଧି କରିଛି। କ୍ଲାସିକ ୩୫୦ ଏବିଏସ୍‍ରେ ପ୍ରଥମ ବାଇକ ପରି ୩୪୬ସିସି, ଏକକ ସିଲିଣ୍ଡର, ଏୟାର କୁଲ୍ଡ ଇଞ୍ଜିନ ରହିଛି। ଏହି ଇଞ୍ଜିନର ଟ୍ରାନ୍ସମିଶନ ପାଇଁ ୫ସ୍ପିଡ ଗିୟରବକ୍ସ ରହିଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସୁକତା ଥିବା କମ୍ପାନୀ ଆଶା ପ୍ରକଟ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories