www.samajalive.in
Monday, December 8, 2025
16.1 C
Bhubaneswar

ଦୀର୍ଘ ୧୨ ଘଣ୍ଟା ପରେ ଭିସୁଟ୍‌‌ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ପିସି ବ୍ରିଜରୁ ଡେଇଁ ନିଖୋଜ ଭିସୁଟ୍‌‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନି ସାହୁଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ଦୀର୍ଘ ୧୨ ଘଣ୍ଟା ପରେ ବୁର୍ଲା ପାୱାର ଚାନେଲ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ଅନେକ ଖୋଜାଖୋଜି କରିବା ପରେ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛନ୍ତି। ଗତକାଲି ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ପିସି ବ୍ରିଜରୁ ଛାତ୍ରୀ ଜଣଙ୍କ ଡେଇଁ ପଡିଥିଲେ। ସମାବର୍ତ୍ତନ ଉତ୍ସବକୁ ଆସିଥିବା ବେଳେ ସେଠାରୁ ଯିବା ସମୟରେ ଡେଇଁ ପଡିଥିଲେ। କେଉଁ କାରଣରୁ ଏଭଳି ଅଘଟଣ ଘଟିଛି ସେନେଇ କୌଣସି ସ୍ପଷ୍ଟତା ମିଳିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ, ଅଗ୍ନିଶମ ବାହିନୀଙ୍କ ଦ୍ୱାରା ବୁର୍ଲା ଅଠର ହଜାର ନିକଟ ସାଇଫୋନରୁ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତି ୯ ଟାରୁ ନିଖୋଜ ଥିଲେ ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ। ତେବେ ପରିବାର ବର୍ଗ ହତ୍ୟା ଅଭିଯୋଗ ଆଣିଛନ୍ତି।। ଗତକାଲି ଚିନ୍ମୟୀ ଅଘଟଣ ଘଟିବା ପୂର୍ବରୁ ପରିବାର ବର୍ଗଙ୍କୁ ଫୋନ୍ କରିଥିଲେ। ଫୋନ୍ କରିବା ସମୟରେ କେହି ବେକ୍ ଚିପିଥିବା ଫଳରେ ସେ କଥା ହୋଇ ପାରି ନ ଥିଲେ ବୋଲି ପରିବାର ବର୍ଗ ଅଭିଯୋଗ ଆଣିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories