www.samajalive.in
Saturday, December 6, 2025
17.1 C
Bhubaneswar

ଆଜିଠୁ ପରୀକ୍ଷାମୂଳକ ଭାବେ ଦୌଡ଼ିବ ଇଞ୍ଜିନ ବିହୀନ ଟ୍ରେନ୍‍

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ନେକ୍ସଟ ଜେନେରେସନ ଟ୍ରେନ(ଟି-୧୮) ପରୀକ୍ଷାମୂଳକ ଭାବେ ଦୌଡ଼ିବା ଆରମ୍ଭ କରିଛି। ବିନା ଇଞ୍ଜିନରେ ଦୌଡ଼ୁ ଥିବା ଏହି ଟ୍ରେନର ନିର୍ମାଣ ଚେନ୍ନଇ ଇଣ୍ଟିଗ୍ରାଲ କୋଚ କାରଖାନାରେ ନିର୍ମାଣ କରାଯାଇଛି। ପରୀକ୍ଷାମୂଳକ ଭାବେ ଏହି ଟ୍ରେନ ଚାଲିବା ପରେ ଡିସେମ୍ବର ୧୫ରୁ ଏହାକୁ ଯାତ୍ରୀଙ୍କ ପାଇଁ ଚଳାଇବାକୁ ଯୋଜନା କରାଯାଇଛି । ଏହି ଟ୍ରେନରେ ଭେକ୍ୟୁମ ଟଏଲେଟ୍‍, ୱାଇଫାଇ ପରି ସୁବିଧା ଯାତ୍ରୀଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଟ୍ରେନର କିଛି ଯନ୍ତ୍ରାଂଶ ବିଦେଶରୁ ଅଣାଯାଇଛି। ଟ୍ରେନର କୋଚ ସ୍ପେନରୁ ଅଣାଯାଇଛି। ଟ୍ରେନର ସିଟ୍‍ ଆବଶ୍ୟକତା ଅନୁସାରେ ୩୬୦ଡିଗ୍ରୀ ପର୍ଯ୍ୟନ୍ତ ବୁଲାଇବାର ବ୍ୟବସ୍ଥା ରହିଛି।


ପରୀକ୍ଷାମୂଳକ ଭାବେ ଟ୍ରେନଟି ମୁରାଦାବାଦରୁ ବରେଲି ମଧ୍ୟରେ ଚାଲିବାର କାର୍ଯ୍ୟକ୍ରମ ରହିଛି। ୭ନଭେମ୍ବର ସୁଦ୍ଧା ଏହି ଟ୍ରେନ ଦିଲ୍ଲୀ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ଟ୍ରେନକୁ  ଅବିକଳ ବୁଲେଟ ଟ୍ରେନ ଭଳି  ନିର୍ମାଣ କରାଯାଇଛି। ସମ୍ପୂର୍ଣ୍ଣ ଭାବେ ସ୍ୱୟଂଚାଳିତ ଏହି ଟ୍ରେନକୁ ପରବର୍ତ୍ତୀ ସମୟରେ ଶତାବ୍ଦୀ ଏକ୍ସପ୍ରେସ ସ୍ଥାନରେ ଚଲାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି। ଏହି ଟ୍ରେନ ୧୬୦କିମି ପ୍ରତି ଘଣ୍ଟାରେ ଦୌଡ଼ିବାର କ୍ଷମତା ରହିଥିବାବେଳେ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ ଏବେ ୧୩୦କିମି ପ୍ରତି ଘଣ୍ଟାରେ ଚାଲିବ। ଏପରି ଟ୍ରେନ ନିର୍ମାଣ କରିବାକୁ ୧୦୦କୋଟି ଟଙ୍କା ବିନିଯୋଗ ହୋଇଛନ୍ତି। ଯଦି ଏହି ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବିଦେଶରୁ ଅଣାଯାଇ ଥାନ୍ତା ତେବେ ଭାରତକୁ ୨୦୦କୋଟି ଟଙ୍କା ବିନିଯୋଗ କରିବାକୁ ପଡ଼ିଥାନ୍ତା। ଏହି ଟ୍ରେନର ପ୍ରତି କୋଚରେ ୬ଟି ସିସି ଟିଭି କ୍ୟାମେରା ଲାଗିଛି। ସେହିପରି ମେଟ୍ରୋ ଅନୁରୂପ ଆବଶ୍ୟକସ୍ଥଳେ ଯାତ୍ରୀ ଡ୍ରାଇଭରଙ୍କ ସହ କଥା ହୋଇପାରିବେ। ଏହି ଟ୍ରେନରେ ୧୬ଟି କୋଚ ଲାଗିଛି। ସାମ୍ନାରେ ବସିଥିବା ଯାତ୍ରୀ ଡ୍ରାଇଭର ପ୍ରକୋଷ୍ଠକୁ ଦେଖିବାର ସୁଯୋଗ ପାଇବେ। ମେଟ୍ରୋ ଅନୁରୂପ ନିର୍ମିତ ଏହି ଟ୍ରେନ ଆଗାମୀ ଦିନରେ ଲୋକପ୍ରିୟତା ଅର୍ଜନ କରିବ ବୋଲି ରେଳବାଇ ଆଶା ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories