www.samajalive.in
Sunday, December 7, 2025
16.1 C
Bhubaneswar

ପୃଥକ ସଡକ ଦୁର୍ଘଟଣାରେ ୩ ଆହତ

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ମାନେଶ୍ୱର ଠାରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ରାତ୍ର ପ୍ରାୟ ୯ଟା ସମୟରେ ସଦର ଥାନା ଅର୍ନ୍ତଗତ ମାନେଶ୍ୱର ଛକ ଠାରେ ଏକ ପର୍ଯ୍ୟଟକ ବସ ସହିତ ବାଇକ ଧକ୍କା ହୋଇଥିଲା। ଏଥିରେ ସିନ୍ଦୁରପଙ୍କର ନିବାସୀ ସୁଜିତ ପୂଜାରୀ ଓ କୁନା ମେହେର ନାମକ ଦୁଇ ଜଣ ବାଇକ ଆରୋହୀ ଆହତ ହୋଇଛନ୍ତି। ସୁଜିତ ପୂଜାରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭିମସାର ବୁର୍ଲାକୁ ଚିକିତ୍ସା ପାଇଁ ପଠା ଯାଇଛି। ବସଟିରେ ପର୍ଯ୍ୟଟକ ଇନ୍ଦୋର (ମଧ୍ୟ ପ୍ରଦେଶ) ରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ବେଳେ  ପୁରୀ ଦର୍ଶନ କରି ଫେରିବା ସମୟରେ ମାନେଶ୍ୱର ଛକରେ ଦୁର୍ଘଟଣାର ଶିକାର ହୋଇଥିଲା।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହିତ ବସକୁ ରୋକି ଜନତା କ୍ଷତିପୂରଣ ଦାବି ସହିତ ରାସ୍ତାରୋକ କରିଥିଲେ। ଫଳରେ ସମ୍ବଲପୁର ରୁ କଟକ ଯାଉଥିବା ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ ଜାମ ହୋଇଯାଇଥିଲା। ଉଭୟ ପଟରେ ପ୍ରାୟ ୫ କିମି ପର୍ଯ୍ୟନ୍ତ ହଜାର ହଜାର ଯାନବାହନ ଗୁଡିକ ଅଟକି ରହିଥିଲେ। ଖବର ପାଇ ସଦର ଏସଡିପିଓ ପ୍ରଦୀପ ସାହୁ, ସଦର ଥାନାଧିକାରିଣୀ ଅନୀତା ପଟନିଆଁ ଓ ଧନୁପାଲି ଥାନାଧିକାରିଣୀ ଅନୀତା ନାୟକ ପୁଲିସ କର୍ମଚାରୀ ମାନଙ୍କ ସହିତ ଘଟଣାସ୍ଥଳକୁ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବହୁ ବୁଝାସୁଝା କରିଥିଲେ। ରାତ୍ରି ପ୍ରାୟ ସାଢ଼େ ୧୧ଟା ସମୟରେ ଆନ୍ଦୋଳନକାରୀ ମାନେ ରାସ୍ତାରୁ ହଟିବାରୁ ପ୍ରାୟ ୩ ଘଣ୍ଟା ପରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପୁର୍ନବାର ଆରମ୍ଭ ହୋଇଥିଲା। ଖବର ଲେଖା ଯିବା ପର୍ଯ୍ୟନ୍ତ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ଜୀବନ ସଙ୍କଟାପନ୍ନ ରହିଥିବାର ଜଣାପଡିଛି।

ସେହିପରି ସମ୍ବଲପୁରର ଅଇଁଠାପାଲି ଛକ ଦେଇ ଯାଇଥିବା ମୁମ୍ବାଇ – କୋଲକତା ଜାତୀୟ ରାଜପଥ ଠାରେ ରାତ୍ରି ପ୍ରାୟ ୧୧ଟା ସମୟରେ ଏକ ଦ୍ରୁତଗାମୀ କାର ଏକ ବୁଲେଟ ଉପରେ ଚଢ଼ି ଯାଇଛି। ପ୍ରାପ୍ତସୂଚନାନୁଯାୟୀ, ରାତ୍ରି ପ୍ରାୟ ୧୧ଟା ସମୟରେ ଏକ ଦ୍ରୁତଗାମୀ କାର ରାସ୍ତାରେ ଯାଉଥିବା ବୁଲେଟକୁ ଧକ୍କା ଦେଇ ତାର ଉପରେ ଚଢ଼ି ଯାଇଥିଲା। ଏଣୁ ବୁଲେଟ ଆରୋହୀ ଦୂରକୁ ଛିଟକି ପଡି ଆହତ ହୋଇଛନ୍ତି। ତେବେ ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକେ ତୁରନ୍ତ ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ଏ ସର୍ମ୍ପକରେ ଅଇଁଠାପାଲି ପୁଲିସ ଦୁର୍ଘଟଣା ହୋଇଥିବାର ସ୍ୱିକାର କରିଥିବା ଓ ଆହତଙ୍କୁ ଡାକ୍ତରଖାନାକୁ ନିଆଯାଇଥିବାର କହିଥିବା ବେଳେ ଦୁର୍ଘଟଣାର କାରଣ ସର୍ମ୍ପକରେ କିଛି କହିନଥିଲେ। ତେବେ ପ୍ରତକ୍ଷ୍ୟଦର୍ଶୀଙ୍କ ଅନୁଯାୟୀ ଉଭୟ ଗାଡିର ଚାଳକ ମଦ୍ୟପାନ କରି ନିଶାସକ୍ତ ଥିବାର ଚର୍ଚ୍ଚା କରାଯାଉଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଆହତଙ୍କ ଅବସ୍ଥା ସ୍ଥିର ରହିଥିବାର ଜଣାପଡିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories