www.samajalive.in
Friday, December 5, 2025
26.1 C
Bhubaneswar

ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ସୁନା ଚେନ ଲୁଟ

ସମ୍ବଲପୁର: ସମ୍ବଲପୁରରେ ଆଇନ ଶୃଙ୍ଖଳା ସ୍ଥିତି ସୁଧରିବାର ନାମ ନେଉ ନ ଥିବା ବେଳେ ମାତ୍ର ୪ ଘଣ୍ଟା ଅନ୍ତରାଳରେ ୨ଟି ଅପରାଧିକ ଘଟଣା ଘଟି ଯାଇଛି। ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ମହିଳାଙ୍କୁ ଛୁରୀ ଭୂଷି ହତ୍ୟା କରାଯିବା ଘଟଣାର ମାତ୍ର କେଇ ଘଣ୍ଟା ମଧ୍ୟରେ ଧନୁପାଲି ଥାନାଞ୍ଚଳର ସାକ୍ଷୀପଡା ମୁଖ୍ୟ ରାସ୍ତାରୁ ଜଣେ ମହିଳାଙ୍କ ସୁନା ଚେନ ଲୁଟ କରାଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ, ସାକ୍ଷୀପଡା କୁରେଇଟୋଲା ନିବାସୀ ଜଣେ ମହିଳା ସାକ୍ଷୀପଡା ପଟରୁ ମୁଖ୍ୟ ରାସ୍ତାରେ ନିଜର ଘରକୁ ଚାଲି ଚାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଯାଉଥିଲେ। ସାକ୍ଷୀପଡା ଇଦଗା ନିକଟରେ ଅଚାନକ ୨ ଜଣ ଯୁବକ ହେଲମେଟ ପରିଧାନ କରି ଏକ ବାଇକରେ ତାଙ୍କ ନିକଟକୁ ପଛରୁ ଆସିଥିଲେ। ମହିଳା ଜଣକ କିଛି ବୁଝିବା ପୂର୍ବରୁ ସେ ପିନ୍ଧିଥିବା ପ୍ରାୟ ୨୪ ଗ୍ରାମ ଓଜନର ସୁନା ମାଳି ଲୁଟ କରି ଚମ୍ପଟ ହୋଇଯାଇଥିଲେ। ଘଟଣା ପରେ ମହିଳା ଜଣକ ଧନୁପାଲି ଥାନାକୁ ସୂଚନା ଦେବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଖପାଖର ସିସିଟିଭି ଯାଞ୍ଚ ସହିତ ତଦନ୍ତ ଜାରି ରହିଛି ।

ବାତ୍ୟା ‘ଦାନା’ ପ୍ରଭାବ; ଗୁରୁବାର ଠାରୁ ଏହି ଜିଲାରେ ପ୍ରବଳ ବର୍ଷିବ, ଜାଣନ୍ତୁ କେଉଁ ଜିଲାରେ ବହିବ କେତେ ପବନ..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories