www.samajalive.in
Saturday, December 13, 2025
18.1 C
Bhubaneswar

ଜିଏସ୍‌ଟି ଠକେଇ: ସାଢ଼େ ୧୧ କୋଟିରୁ ସାଢ଼େ ୮ କୋଟି ଅସୁଲ, ଖୋଳତାଡ଼ ଜାରି

ରାଉରକେଲା: ସାଢ଼େ ୧୧ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଧରାପଡ଼ିଛି। ଜିଏସ୍‌ଟି ରାଉରକେଲା କମିଶନରେଟ୍‌ ପକ୍ଷରୁ ଟିକସ ଖିଲାପିଙ୍କ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ ପରେ ଏହି ଠକେଇ ସୂଚନା ମିଳିଛି। ସଂପୃକ୍ତ ବ୍ୟବସାୟୀଙ୍କଠାରୁ ତତ୍କାଳ ଭିତ୍ତିରେ ନଗଦ ସାଢ଼େ ୮ କୋଟି ଟଙ୍କା ଅସୁଲ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ ରାଉରକେଲା କମିଶନରେଟ୍‌ର କମିଶନ ସତ୍ୟନ୍ଦ୍ର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
କମିଶନର ଶ୍ରୀ ସିଂହଙ୍କ ସୂଚନା ଅନୁସାରେ, ଗତ ଜୁଲାଇ ମାସରେ ସାରା ଦେଶରେ ଜିଏସ୍‌ଟି କାର୍ୟ୍ୟକାରୀ ହୋଇଥିଲା। ରାଉରକେଲା କମିଶନରେଟ୍‌ ଅନ୍ତର୍ଗତ କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ ସମେତ ୭ଟି ଡିଭିଜନରେ ଏହି ନିୟମ କାର୍ୟ୍ୟକାରୀ ହୋଇଥିଲା। ତେବେ ଜିଏସ୍‌ଟି ନିୟମ ଅନୁସାରେ ପ୍ରତି ମାସ ଜିଏସ୍‌ଟି ବାବଦରେ ଆଦାୟ ହେଉଥିବା ଟିକସ ତା’ପର ମାସ ୨୦ ତାରିଖ ଭିତରେ ସରକାରଙ୍କ ତହବିଲରେ ଜମାହେବା କଥା। ପରବର୍ତ୍ତୀ ମାସ ୨୦ ତାରିଖ ପରେ ପ୍ରତିିଦିନକୁ ନିର୍ଦ୍ଦିଷ୍ଟ ଜୋରିମାନା ହାରରେ ବ୍ୟବସାୟୀ ଜମା କରିବାର ନିୟମ ରହିଛି। ମାତ୍ର ଗତ ଜୁଲାଇ ମାସରେ ନିର୍ଦ୍ଦିଷ୍ଟ କିଛି ବ୍ୟବସାୟୀ ଜିଏସ୍‌ଟି ବାବଦ ଟିକସ ସରକାରୀ ଖାତାରେ ଜମା କରିଥିଲେ। ଅଗଷ୍ଟ ମାସରୁ ସେହି ବ୍ୟବସାୟୀମାନେ ଲୋକଙ୍କଠାରୁ ଜିଏସ୍‌ଟି ଆଦାୟ କରିଥିଲେ ମଧ୍ୟ ସରକାରଙ୍କ ତହବିଲରେ ଜମା କରିନଥିଲେ। ଯାହା ଜିଏସ୍‌ଟି ଆଇନର ଖିଲାପ ଅଟେ। କମିଶନରେଟ୍‌ର କିଛି ବଛା ବଛା ଅଧିକାରୀମାନଙ୍କୁ ଜିଏସ୍‌ଟି ଖିଲାପକାରୀଙ୍କ ବିରୋଧରେ ତଦନ୍ତ କରିବାକୁ ପାଇଁ ଏକ କମିଟି ଗଠନ କରାଯାଇଥିଲା। ଯୁଗ୍ମ କମିଶନର ଦେବଜ୍ୟୋତି ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଟିମ୍‌ରେ ସହାୟକ କମିଶନର ଅମିତ କୁମାର ସୁନାଲ, ଅଧୀକ୍ଷକ ପି.କେ.କୁଜୁର, ଧରମବୀର କୁମାର, ଏ.ଏସ୍‌.ବାଗେ, ଇନିସ୍‌ପେକ୍ଟର ଅମିତ କୁମାର, ରାଜେଶ ଝା, ଅଜୟ କୁମାର ସାହୁ ଓ ରୂପେଶ କୁମାର ସାହୁ ରହିଥିଲେ। ସେମାନେ ବିଭିନ୍ନ ଭାଗରେ ବିଭକ୍ତ ହୋଇ ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା, କେନ୍ଦୁଝର ଓ ଅନୁଗୋଳ ଆଦି ଅଞ୍ଚଳର ସନ୍ଦେହ ଘେରରେ ଥିବା ଶିଳ୍ପପତି ଓ ବ୍ୟବସାୟିକ ଘର ଓ ପ୍ରତିଷ୍ଠାନରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ନିର୍ଦ୍ଦିଷ୍ଟ କିଛି ବ୍ୟବସାୟୀ ପ୍ରାୟ ସାଢ଼େ ୧୧ କୋଟି ଟଙ୍କା ଜିଏସ୍‌ଟି ବାବଦ ଅର୍ଥ ଆଦାୟ କରି ସରକାରୀ ତହବିଲରେ ଜମା କରିନଥିବା ଜଣାପଡ଼ିଥିଲା। ଟିକସ ଖିଲାପକାରୀଙ୍କଠାରୁ ନଗଦ ଆକାରରେ ସାଢ଼େ ୮ କୋଟି ଟଙ୍କା ଆଦାୟ କରାଯାଇଥିବା ଅନ୍ୟତମ ଅଧୀକ୍ଷକ ଜି.ସି.ନାଥ ସୂଚନା ଦେଇଛନ୍ତି। ଏସବୁ ବ୍ୟବସାୟୀ ପ୍ରତିମାସ ଜିଏସ୍‌ଟି ବାବଦରେ ରିଟର୍ଣ୍ଣ ଦାଖଲ କରୁଥିଲେ ମଧ୍ୟ ସେଥିରେ ସବିଶେଷ ବ୍ୟବସାୟ ସମ୍ପର୍କରେ ତଥ୍ୟ ଲୁଚାଇଥିଲେ। ଟିକସ ଫାଙ୍କିବା ପାଇଁ ସେମାନେ ଯୋଜନା କରିଥିଲେ ମଧ୍ୟ ଅଧିକାରୀମାନଙ୍କ ନଜରରୁ ଖସିଯିବାକୁ ସମର୍ଥ ହୋଇ ନଥିଲେ। ସେହିପରି ବହୁ ବ୍ୟବସାୟୀ ଜିଏସ୍‌ଟି ପଞ୍ଜିକରଣ କରିଥିଲେ ମଧ୍ୟ ପ୍ରତିମାସ ରିଟର୍ଣ୍ଣ ଦାଖଲ କରୁନଥିଲେ। ଜୁଲାଇଠାରୁ ମାର୍ଚ୍ଚ ମାସ ଭିତରେ ଏଭଳି ବ୍ୟବସାୟୀଙ୍କଠାରୁ ୩ କୋଟି ଟଙ୍କା ଆଦାୟ କରାଯାଇଛି ବୋଲି ଶ୍ରୀ ନାଥ କହିଛନ୍ତି। ଟିକସ ଆଦାୟ କ୍ଷେତ୍ରରେ କେବଳ ଓଡ଼ିଶା ନୁହେଁ ରାଉରକେଲା ଜିଏସ୍‌ଟି କମିଶନରେଟ୍‌ ଭାରତରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି। ଏସବୁ ପ୍ରଶଂସନୀୟ କାମ ପାଇଁ ରାଉରକେଲା କମିଶନରେଟ୍‌ର ବହୁ ଅଧିକାରୀ ସର୍ବଭାରତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି। ଯେଉଁସବୁ ବ୍ୟବସାୟୀ ଜିଏସ୍‌ଟି ବାବଦ ଟିକସ ଆଦାୟ କରି ପ୍ରତିମାସ ବା ଧାର୍ୟ୍ୟ ସମୟସୀମା ଭିତରେ ଜମା ନକରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଶ୍ରୀ ସିଂହ ସତର୍କ କରି ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories