www.samajalive.in
Friday, December 12, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

– ବରିଷ୍ଠ ସାମ୍ବାଦିକ ଅଜିତ ମହାନ୍ତିଙ୍କ ପରଲୋକ, ୭୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ,  ଧରିତ୍ରୀ, ସମୟ ଆଦି ସମ୍ବାଦପତ୍ରରେ କାମ କରିଥିଲେ ଅଜିତ

– ପ୍ରଦୀପ କୁମାର ଜେନା ରାଜ୍ୟର ପରବର୍ତ୍ତୀ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଛନ୍ତି, ମାର୍ଚ୍ଚ ୧ ତାରିଖରୁ ସେ ଏହି ଦାୟିତ୍ବ ଗ୍ରହଣ କରିବେ

- Advertisement -

– ଏସିଏସ୍‌ ଅନୁ ଗର୍ଗ ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି, ପ୍ରଦୀପ ଜେନାଙ୍କୁ ପଦୋନ୍ନତି ମିଳିବା ପରେ ତାଙ୍କୁ ନୂଆ ଦାୟିତ୍ବ ମିଳିଛି, ଜଳସମ୍ପଦ ସଚିବ ସହ ଉନ୍ନୟନ କମିଶନର ଦାୟିତ୍ବ ତୁଲାଇବେ ଅନୁ ଗର୍ଗ

– ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ପିିପିଲି ସ୍ଥିତ ଗୁଡ଼ିଆପୋଖରୀ ନିକଟବର୍ତ୍ତୀ ଶିଉଳାଠାରେ ଥିବା ‘ଦି ଆଡଭେଞ୍ଚର କନଭେନସନ ଆଣ୍ଡ୍‌ ରିସୋର୍ଟ’ରେ ସେ ପ୍ରିୟଙ୍କା ଅଗସ୍ତୀଙ୍କ ହାତ ଧରିଛନ୍ତି..

– ମନ କି ବାତରେ ଆଜି କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ, ସେ ଅଦରକାରୀ ପଲିଥିନ୍‌କୁ ବ୍ୟବହାରଯୋଗ୍ୟ କରିଛନ୍ତି
– ଅବକାରୀ ଦୁର୍ନୀତି ମାମଲାରେ ସିବିଆଇରେ ହାଜର ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ
– ଘରୋଇ କୋଲ୍ ପ୍ଲାଣ୍ଟ ବନ୍ଦକୁ ବିରୋଧ କରି ତାଳଚେର ଘଣ୍ଟପଡ଼ା ନିକଟରେ ମାଲ୍‌ବାହୀ ଟ୍ରେନ୍ ଅଟକାଇଲେ ସପକ୍ଷବାଦୀ
– କଣ୍ଟାବାଞ୍ଜି ପତରା ଜଙ୍ଗଲରେ ବରଗଡ଼ ପାଇକମାଳର ଜଣେ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ, ଘଟଣାସ୍ଥଳରୁ ବାଇକ୍ ଠାବ
– ଛତିଶଗଡ଼ ନାରାୟଣପୁର ଜିଲ୍ଲା ଓରଛା ଅଞ୍ଚଳରେ କମ୍ବିଂ ବେଳେ ନକ୍ସଲଙ୍କ ଦ୍ୱାରା ବିଛା ଯାଇଥିବା ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ
– ଖୋର୍ଦ୍ଧା ଅଟ୍ରିର ହଟକେଶ୍ୱର ମନ୍ଦିରରୁ ଦାନବାକ୍ସ ସହ ରୁପା ନାଗ ଓ ରୁପା କିରଟି ଚୋରି
– କେନ୍ଦୁଝରରୁ ଏକ ଘରୋଇ କଲେଜ ହଷ୍ଟେଲରୁ ନିଖୋଜ ଥିବା ୪ ଛାତ୍ର ଫେରିଥିବା ସୂଚନା, ୨ ଜଣଙ୍କୁ ଜଘିଂରା ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କଲା ପୁଲିସ
– ପାକିସ୍ତାନୀ ଏଜେଣ୍ଟକୁ ଡିଆରଡିଓ ତଥ୍ୟ ପ୍ରଘଟ ମାମଲାରେ ୪ ଦିନିଆ ପୁଲିସ ରିମାଣ୍ଡରେ ଅଭିଯୁକ୍ତ ବାବୁରାମ ଦେ, ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ହେବ ଯାଞ୍ଚ
– ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତା ମଣପଡ଼ା ନିକଟରେ ବ୍ରହ୍ମଗିରିରୁ କଟକ ଯାଉଥିବା ଘରୋଇ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ
– ରଣପୁର ଚାନ୍ଦପୁର ବାଇପାସ୍ ନିକଟ ଗୌରଚନ୍ଦ୍ର ପୁର ଛକରେ ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ, ୬ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା
– ପାକିସ୍ତାନକୁ ୭୦କୋଟି ବିଲିୟନ ଡଲାର ଋଣ ଦେଲା ଚୀନ, ଚିନ୍ତାରେ ଆମେରିକା
– ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହ ରାଷ୍ଟମନ୍ତ୍ରୀ ନୀତିଶ ପରମାଣିକଙ୍କ କାର ଉପରକୁ ପଥର ମାଡ, ଟିଏମସି କର୍ମୀ ସମ୍ପୃକ୍ତି ଅଭିଯୋଗ
– ଆଜି ମହିଳା ଟି୨୦ ବିଶ୍ବକପ୍‌ ଫାଇନାଲ, ଅଷ୍ଟ୍ରେଲିଆକୁ ରୋକିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା
– କୋରାପୁଟ ଜିଲା ସେମିଳିଗୁଡ଼ାର ଆଦିବାସୀ ବୈଦ୍ୟଙ୍କୁ ଆମେରିକାରୁ ଡାକରା, ୱାଶିଂଟନରେ ଜୈବ ବିବିଧତା ଓ ଜଳବାୟୁ ପରିବର୍ତ୍ତନ ଉପରେ ଦେବେ ଉଦ୍‌ବୋଧନ

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories