www.samajalive.in
Thursday, December 11, 2025
16.1 C
Bhubaneswar

ମହିଳାଙ୍କ ଗ୍ରହଣ ଖଣ୍ଡିଆର ଅସ୍ତ୍ରପୋଚାର କରାଇଲା ଜିଲ୍ଲା ପ୍ରଶାସନ

ବୌଦ୍ଧ: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକର ଚାରପାଲି ଗ୍ରାମର ଶାନ୍ତି ବେହେରା(୬୧) ରେଙ୍ଗାଲି ପଂଚାୟତ ଠାରେ ଗତ ୬ ତାରିଖରେ ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ପହଂଚି ଗ୍ରହଣ ଖଣ୍ଡିଆ ଯୋଗୁଁ ଲୋକଙ୍କ ଦ୍ୱାରା ଉପହାସିତ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ। ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ମହିଳାଙ୍କ ନିବେଦନ ଶୁଣି ତୁରନ୍ତ ତାଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ସହିତ ଏକ ଗାଡି ଯୋଗେ ଗତ ଫେବୃଆରୀ ୯ ତାରିଖରେ ମହିଳାଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ପଠା ଯାଇଥିଲା। ଗ୍ରହଣ ଖଣ୍ଡିଆ ଭଳି ଜଟିଳ ଅସ୍ତ୍ରୋପଚାର ପୂର୍ବରୁ ଏତେ ବୟସ୍କ ଲୋକଙ୍କୁ କେବେ କରାଯାଇନଥିବା ବେଳେ ଡାକ୍ତରମାନେ ମଧ୍ୟ ଆଗ୍ରହର ସହିତ ଶାନ୍ତିଙ୍କ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରିଥିଲେ। ଗତ ୧୪ ତାରିଖ ଦିନ କଟକବଡ ଡାକ୍ତରଖାନାରେ ସଫଳତାର ସହ ସହିତ ମୁହଁରେ ହୋଇଥିବା ଗ୍ରହଣ ଖଣ୍ଡିଆର ଅସ୍ତ୍ରୋପଚାର ହୋଇଥିଲା। ପୂର୍ବରୁ ଶାନ୍ତିଙ୍କ ଗ୍ରହଣ ଖଣ୍ଡିଆ ରୂପ ଯିଏ ଦେଖିଛି ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର ପରେ ତାଙ୍କୁ ଦେଖିଳେ ବିଶ୍ୱାସ କରିହେବ ନାହିଁ। ଅସ୍ତ୍ରପୋଚାର ପରେ ସୁସ୍ଥ ହୋଇ ବୌଦ୍ଧକୁ ଫେରିବା ପରେ ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ସାହୁ ଅଧ୍ୟକ୍ଷତା କରି ଶାନ୍ତିଙ୍କୁ ପ୍ରଶାସନ ପକ୍ଷରୁ ଶୁଭେଛା ଜଣାଇବା ସହିତ ଗାଡି ଯୋଗେ ତାଙ୍କର ପରିବାର ନିକଟକୁ ପଠାଇ ଥିଲେ। ବୌଦ୍ଧ ସ୍ୱାଧାର ଗୃହର କାଉନସିଲର ସବିତା ହୋତା ଚିକିତ୍ସା ଶେଷ ପର୍ଯ୍ୟନ୍ତ ତାଙ୍କର ସେବା ସୁଶ୍ରଷା କରିଥିଲେ। ଜିଲାପାଳ ଭାବରେ ସତ୍ୟରଞ୍ଜନ ସାହୁ ଯୋଗଦେବାପରେ ଜିଲାର ବିଭିନ୍ନ ଗ୍ରାମକୁ ବ୍ୟକ୍ତିଗତ ଭାବରେ ଗସ୍ତ କରି ଲୋକଙ୍କ ଜୀବନ ଜିବିକା ସହିତ ବିଭିନ୍ନ ସମସ୍ୟା ସଂପର୍କରେ ଅନୁଧ୍ୟାନକୁ ପ୍ରାଥମିକତା ଦେଇଛନ୍ତି। ବିଭିନ୍ନ ଗ୍ରାମରେ ନିୟମିତ ଅଭିଯୋଗ ଶୁଣାଣୀ ସହିତ ସ୍ୱତନ୍ତ୍ର ଭାବରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ମଧ୍ୟ କରାଯାଉଅଛି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଅଭିଯୋଗ ଶୁଣାଣି ଓ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମକୁ ଚିକିତ୍ସା ସମସ୍ୟା ଓ ଭତା ସମସ୍ୟା ଆଦି ଆସୁଥିବା ଲୋକମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବା ଉପରେ ଜିଲାପାଳ ଗୁରୁତ୍ୱ ଦେଉଛନ୍ତି। ଏହି ସାମ୍ବାଦିକ ସମ୍ମିଳନିରେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ତହସିଲଦାର ଦେବୀ ପ୍ରସାଦ ଦାସ, ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories