www.samajalive.in
Wednesday, December 10, 2025
26.1 C
Bhubaneswar

ତିଗିରିଆ ପୁଲିସ ଉପରେ ଗୋରୁ ମାଫିଆଙ୍କ ଆକ୍ରମଣ, ଥାନାଧିକାରୀ ଓ ଏସଆଇ ଗୁରୁତର ଆହତ

ତିଗିରିଆ: ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଗୋ ଚାଲାଣ ସମୟରେ ଚାଲାଣକାରୀ ମାଫିଆମାନଙ୍କ ଦ୍ୱାରା ବର୍ବର ଆକ୍ରମଣ ହେଉଛି। ଆଠଗଡ଼଼ ଉପଖଣ୍ଡରେ ମଧ୍ୟ ଏହାର ନଜିର ରହିଛି। ଗୋ ଚାଲାଣ ପ୍ରତିରୋଧ କରିବାକୁ ଯାଉଥିବା ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀ ଏହି ଆକ୍ରମଣର ସମ୍ମୁଖୀନ ହୋଇ ଲହୁଲୁହାଣ ହେଉଛନ୍ତି। ଏହିଭଳି ଏକ ଘଟଣା ପୁଣି ତିଗିରିଆ ଅଞ୍ଚଳରେ ଘଟିଛି। ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଗୋରୁ ମାଫିଆମାନଙ୍କ ସଂଘବଦ୍ଧ ଆକ୍ରମଣରେ ତିଗିରିଆ ଥାନାର ମହିଳା ଥାନାଧିକାରୀ ସୁଚିତ୍ରା ଜେନା ଏବଂ ଏସଆଇ ସନ୍ତୋଷ କୁମାର ପ୍ରଧାନ ମରଣାନ୍ତକ ଆକ୍ରମଣର ଶିକାରୀ ହୋଇ ଗୁରୁତର ଆହତ ହୋଇଛନ୍ତି।

ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଶୁକ୍ରବାର ରାତିରେ ତିଗିରିଆ ଥାନା ପୁଲିସ ରାତ୍ରି ପଇଁତରା ମାରୁଥିବା ବେଳେ କରଡ଼ାପଲ୍ଲୀ ଛକ ନିକଟରେ ଏକ ଗୋରୁବୋଝେଇ କଣ୍ଟେନରକୁ ଅଟକାଇଥିଲା। ଉକ୍ତ କଣ୍ଟେନରରେ ଥିବା ଗୋ-ଚାଲାଣକାରୀ ଦଲାଲମାନଙ୍କ ଆକ୍ରମଣାତ୍ମକ ଆଚରଣରେ ଉଭୟ ପୁଲିସ ଓ ଦଲାଲଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ କଣ୍ଟେନରରେ ଥିବା ଦଲାଲଙ୍କ ଡାକରା ପରେ ସେମାନଙ୍କ ସହଯୋଗୀ ପ୍ରାୟ ୨୦ରୁ ୨୫ଜଣ ମା‘ିଆ ବିଭିନ୍ନ ମାରଣାସ୍ତ୍ର ଠେଙ୍ଗାବାଡ଼ି ଏବଂ ଖଣ୍ଡା ସହିତ ଘଟଣାସ୍ଥଳକୁ ଆସି ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଥାନା ଅଧିକାରୀ ଶ୍ରୀମତି ଜେନା ଏବଂ ସବଇନ୍ସିପେକ୍ଟର ଶ୍ରୀ ପ୍ରଧାନଙ୍କୁ ଗୁରୁତର ଭାବେ ଆହତ କରି ସେଠାରୁ ଗୋରୁଭର୍ତ୍ତି କଣ୍ଟେନରକୁ ଖସାଇ ନେଇଥିଲେ। ଆହତ ଦୁଇ ପୁଲିସ ଅଧିକାରୀ ତିଗିରିଆ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଉକ୍ତ କଣ୍ଟେନରଟି କାନପୁର ଥାନା ଚମ୍ପେଶ୍ୱର ଗ୍ରାମରୁ ବାହାରି କଲିକତା ଅଭିମୁଖେ ଯାଉଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ତିଗିରିଆ ପୁଲିସ ଖବର ପାଇଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇ କଟକ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଆଠଗଡ଼଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ବିଶିଙ୍କ ସମେତ ଆଠଗଡ଼଼, ବଡ଼ମ୍ବା, ମାଣିଆବନ୍ଧ ଥାନା ପୁଲିସ ଏବଂ ଅତିରିକ୍ତ ୨ ପ୍ଲାଟୁନ ପୋଲିସଫୋର୍ସ ପହଞ୍ଚି ଗୋରୁ ମାଫିଆଙ୍କୁ ଧରିବା ଲାଗି କରଡ଼ାପଲ୍ଲୀ, ବାରମାଣ ଜଙ୍ଗଲ ଏବଂ ଏହାର ଆଖପାଖ ସ୍ଥାନରେ ଘନଘନ ଚଢ଼ାଉ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ପୁଲିସ ଏହି ଘଟଣାରେ ୨ଜଣ ଅଭିଯୁକ୍ତ ବସିର ଖାଁ ଏବଂ ରଞ୍ଜନ ବେହେରାଙ୍କୁ ଗିର‘ କରି ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଏଥି ସହିତ ବାରମାଣ ଅଞ୍ଚଳରେ ଚଢ଼ାଉ କରି ୨ଟି କଣ୍ଟେନରକୁ ଜବର କରି ଥାନା ପରିସରକୁ ଆଣିଛି। ଏହି ଘଟଣାରେ ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି। ତିଗିରିଆ ଥାନାରେ ଦୀର୍ଘଦିନ ହେଲା କମ୍‌‌ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ନେଇ ଥାନା ଚାଲିଥିବାରୁ ମା‘ିଆମାନେ ଏଭଳି କାଣ୍ଡ ଘଟାଇବାକୁ ସାହସ କରିଥିବା ଚର୍ଚ୍ଚା ହେଉଛି। ଆକ୍ରମଣକାରୀ ମା‘ିଆମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ଗିର‘ କରାଯିବା ସହିତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିଶି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତକାଲି ରାତିରୁ କରଡ଼ାପଲ୍ଲୀ ଅଞ୍ଚଳରେ ପୁଲିସ ଘନଘନ ଚଢ଼ାଉ ଜାରି ରଖିଥିଲେ ମଧ୍ୟ ଅନ୍ଧାରର ସୁଯୋଗ ନେଇ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories