www.samajalive.in
Wednesday, December 10, 2025
26.1 C
Bhubaneswar

ହାତୀ ସୁରକ୍ଷା ଓ ସଚେତନତାରେ ଜନ ସହଭାଗିତା ଅପରିହାର୍ଯ୍ୟ

ଗୁରୁଡ଼ିଝାଟିଆ: ଦିନକୁ ଦିନ ହାତୀ ଓ ମଣିଷ ଭିତରେ ଦୂରତା ବଢ଼ିଚାଲିଛି ଓ ଲଢେଇ ବି ଚାଲିଛି। ଏଥିରେ କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷ ମରୁଛି। ଏହା ଏବେ ରାଜ୍ୟବାସୀଙ୍କୁ ଚିନ୍ତାଜନକସ୍ଥିତିକୁ ଠେଲିଦେଇଛି। ଏହି ଧାରାକୁ ଭାଙ୍ଗି ହାତୀ ଓ ମଣିଷ ଭିତରେ ସମନ୍ୱୟ ସ୍ଥାପନ କରିବାସହ ମୃତ୍ୟୁ ସଂଖ୍ୟାକୁ କମାଇବା ପାଇଁ ଜନ ସହଭାଗିତା ଏକାନ୍ତ ଅପରିହାର୍ଯ୍ୟ ବୋଲି ଆଠଗଡ଼ ବନଖଣ୍ଡ ଓ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଖୁଣ୍ଟୁଣୀ ରାଧାନାଥ ରଥ ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଶଶିଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତପ୍ରକାଶ କରିଥିଲେ। ଡଃ ମିଶ୍ର କହିଥିଲେ ଏଭଳି ପଦକ୍ଷେପ ନେବା ଓ ଉତ୍ତର ପିଢିଙ୍କ ପାଇଁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ପାଇଁ ପ୍ରୟାସ କରିଥିବା ଅନୁଷ୍ଠାନକୁ କୃତଜ୍ଞତା ଜ୍ଞାପନ କରିଥିଲେ। ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆଗାମୀ ପିଢି ପାଇଁ ପରିବେଶର ସୁସ୍ଥତା ଓ ଜଙ୍ଗଲ ସଂପଦର ବିକାଶ କ୍ଷେତ୍ରରେ ସଚେତନତା କରାଇବାଆମର କର୍ତ୍ତବ୍ୟ ବୋଲି କହିଥିଲେ। ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ହାତୀସାଥି ମୁଖ୍ୟ ସଂଯୋଜକ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ହାତୀ-ମଣିଷ ଲଢେଇ ରୋକିବା ପାଇଁ ବ୍ୟାପକମାତ୍ରାରେ ଜନସଚେତନତା ବ୍ୟାପକ କରିବା ସହ ବିଦ୍ୟାର୍ଥୀ ଓ ଜଙ୍ଗଲ ପାର୍ଶ୍ବବର୍ତ୍ତି ଜନସାଧାରଣଙ୍କ ଊୂମିକା ଏଥିରେ ମହତ୍ୱପୂର୍ଣ୍ଣ ବୋଲି କହିଥିଲେ। ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ଅବସରପ୍ରାପ୍ତ ବନସେବା ଅଧିକାରୀ ଜିତାଶତୃ ମହାନ୍ତି ଉତ୍ସବରେ ପୌରୋହିତ୍ୟ କରି ଜନସଚେତନତାକୁ ଆନ୍ଦୋଳନରେ ପରିଣତ କରିବା କ୍ଷେତ୍ରରେ ବନ ବିଭାଗର ଯେଭଳି ଭୂମିକା ରହିଛି ସେଥିରେ ସାଧାରଣ ଜନତାଙ୍କ ସଂଶ୍ଲିଷ୍ଟତା ରହିଲେ ଏହା ଅଧିକ ଫଳପ୍ରଦ ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ ହାତୀ-ମଣିଷ ଲଢେଇ ରୋକିବା କ୍ଷେତ୍ରରେ ଏକ ତର୍କ ପ୍ରତିଯୋଗିତା ଓ ଜଣାଅଜଣା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ଦୀପ୍ତିରଞ୍ଜନ ବାରିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ କୁନ୍ତଳା ବେଉରାୟ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପକ ଉଦୟନାଥ ପରିଡ଼ା, ବିଶ୍ୱଜିତ୍‌‌ ପ୍ରଧାନ, ବନରକ୍ଷୀ ପ୍ରିୟମ୍ବଦା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories