www.samajalive.in
Saturday, December 13, 2025
26.1 C
Bhubaneswar

ଉଡ଼ାଣର କିଛି କ୍ଷଣରେ ଦୁର୍ଘଟଣା ଗ୍ରସ୍ତ ହେଲା ବିମାନ : ସମୁଦ୍ରରୁ ମିଳିଲା ଭଗ୍ନାବଶେଷ

ଜାକର୍ତ୍ତା : ଇଣ୍ଡୋନେସିଆର ଜାକର୍ତ୍ତାଠାରେ ସୋମବାର ସକାଳେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଲାୟନ ଏୟାରର ଏହି ବିମାନଟି ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିବାର ୧୩ ମିନଟ୍‍ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବିମାନ କର୍ମଚାରୀଙ୍କ ସମେତ ମୋଟ୍‍ ୧୮୮ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୧୭୮ ଜଣ ଲୋକଙ୍କ ବ୍ୟତୀତ ୩ ଶିଶୁ, ୨ ପାଇଲଟ୍‍ ଓ ୫ କ୍ୟାବିନ୍‍ ମେମ୍ବର ଥିଲେ। ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା ନେଇ ଇଣ୍ଡୋନେସିଆର ସର୍ଚ୍ଚ ଆଣ୍ଡ୍‍ ରେସ୍‍କ୍ୟୁ ଏଜେନ୍ସୀର ମୁଖପାତ୍ର ୟୁସୁଫ୍‍ ଲତିଫ୍‍ ସ୍ପଷ୍ଟ କରିଛନ୍ତି।

- Advertisement -

ମିଳିଥିବା ସୂଚନା ଅନୁସାରେ, ଜାକର୍ତ୍ତାରୁ ସୁମାତ୍ରାର ପଙ୍ଗକଲ୍‍ ପିନାଙ୍ଗ୍‍ ଯାଉଥିବା ଜେଟି୬୧୦ ବିମାନ ସକାଳ ୬ଟା ୨୦ ମିନିଟରେ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିଥିଲା। ଏକ ଘଣ୍ଟା ପରେ ଏହା ୭ଟା ୨୦ ମିନିଟରେ ଗନ୍ତବ୍ୟ ସ୍ଥଳରେ ଅବତରଣ କରିବାର ଥିଲା। ହେଲେ ଉଡ଼ାଣ ଆରମ୍ଭର ୧୩ ମିନିଟ୍‍ ଅର୍ଥାତ୍‍ ୬ଟା ୩୩ ମିନିଟ ପରେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ଅନୁସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଗଣମାଧ୍ୟମକୁ ମିଳିଥିବା ଖବର ଅନୁସାରେ ଏହି ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି  କି ନାହିଁ ତାହା ସରକାରୀ ଭାବେ ଘୋଷଣା ହୋଇନାହିଁ।

ଅନ୍ୟ ପକ୍ଷରେ ଅନୁସନ୍ଧାନ କରିବା ପରେ ସମୁଦ୍ରରୁ ବିମାନର ଭଗ୍ନାବଶେଷ ମିଳିଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories