www.samajalive.in
Saturday, December 6, 2025
23.1 C
Bhubaneswar

ଶୋଇବା ପୂର୍ବରୁ ପାଣି ପିଇବା ଉଚିତ୍‌‌ କି ନୁହେଁ?

ସୁସ୍ଥ ରହିବା ପାଇଁ ସଭିଁଙ୍କୁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି। ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ନିତାନ୍ତ ଜରୁରୀ। ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ। ତେବେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ କି ନୁହେଁ। ତାହା ସଭିଁଙ୍କୁ ହୁଏତ ଜଣାନଥିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏହାକୁ ନେଇ ମତ ମଧ୍ୟ ରହିଛି।
ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବାର କିଛି ସମୟ ପରେ ପାଣି ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏହାସହ ପେଟ ସହ ଜଡିତ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଶୋଇବାର ୧ ଘଣ୍ଟା ପୂର୍ବରୁ ପାଣି ପିଇବା ଦ୍ୱାରା ମାଇଗ୍ରେନ ସହ ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ।
ରାତିରେ ଶୋଇବା ପୂର୍ବରୁ ଅଧିକ ପରିମାଣରେ ପାଣି ପିଇବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ। ଫଳରେ ନିଦ ବାରମ୍ବାର ଭାଙ୍ଗିଥାଏ। ଭରପୁର ନିଦ ନହେବା ଦ୍ୱାରା ହୃଦୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଏହାସହ ଶୋଇବା ପୂର୍ବରୁ ପାଣି ପିଇବା ଦ୍ୱାରା ଓଜନ ବୃଦ୍ଧି, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ।
ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ୍‌‌। ଏହାସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ରକ୍ତ ସଞ୍ଚାଳନ ସଠିକ୍‌‌ ଭାବେ ହୋଇଥାଏ। ବଦହଜମି, ଏସିଡିଟି, ବ୍ୟସ୍ତ ବିବ୍ରତ ଆଦି ସମସ୍ୟା ଦୂର ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହେବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories