www.samajalive.in
Saturday, December 13, 2025
26.1 C
Bhubaneswar

ଅଧିକାରୀ କ୍ଲବରେ ପୁଷ୍ପ ପ୍ରଦର୍ଶନୀ

ସମ୍ବଲପୁର :  ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ପ୍ରତି ବର୍ଷ ଆୟୋଜିତ ହେଉଥିବା ପୁଷ୍ପ ପ୍ରଦର୍ଶନୀର ସ୍ଥାନ ପରିବର୍ତ୍ତନ କରାଯାଇଛି। ଚଳିତ ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରଦର୍ଶନୀ ପୂର୍ବରୁ ରେଳବାଇ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ଏହାର ସ୍ଥାନ ପରିବର୍ତ୍ତନ କରାଯାଇ ଏହାକୁ ରେଳ ନଗର ସ୍ଥିତ ଅଧିକାରୀ କ୍ଲବ ଲନରେ ଆୟୋଜିତ ହେବ। ୨୫ ତାରିଖ ସକାଳ ୧୧ଟାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ପୁଷ୍ପ ପ୍ରଦର୍ଶନୀ ସାଧାରଣ ଜନତାଙ୍କ ପାଇଁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ୨୫ ଓ ୨୬ ତାରିଖ ସନ୍ଧ୍ୟା ୭ ଘଣ୍ଟା ରୁ ୮ ଘଣ୍ଟା ରୁ ଜନତାଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥି ସହ ୨ ଦିନ ଧରି ଖାଦ୍ୟ ଷ୍ଟଲ ମଧ୍ୟ ପ୍ରଦର୍ଶନୀରେ ରହିବ। ପୁଷ୍ପ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ଫୁଲ ଓ ଚାରା ଗୁଡିକ ପ୍ରଦର୍ଶିତ ହେବ। ରେଳ ବିଭାଗର ବିଭିନ୍ନ ବିଭାଗ, ନର୍ସରୀ ଓ ଅନ୍ୟ ସଙ୍ଗଠନ ମାନେ ଏଥିରେ ଅଂଶଗ୍ରହଣ କରି ସେମାନଙ୍କର ସଂଗ୍ରହ ଗୁଡିକୁ ପ୍ରଦର୍ଶନ କରିବେ। ପୁଷ୍ପ ପ୍ରଦର୍ଶନୀକୁ ଦେଖିବା ନିମନ୍ତେ ପୁଷ୍ପ ପ୍ରେମୀ ଓ ଜନତାଙ୍କୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories