www.samajalive.in
Wednesday, December 10, 2025
14.1 C
Bhubaneswar

ପୂର୍ବାଞ୍ଚଳ ସଫ୍ଟବଲ୍‍: ଓଡ଼ିଶାର ପୁରୁଷ ଓ ମହିଳା ଦଳ ଚମ୍ପିଆନ

କଟକ: ପଶ୍ଚିମବଙ୍ଗର କଲ୍ୟାଣୀରେ ଚାଲିଥିବା ପୂର୍ବାଞ୍ଚଳ ସଫ୍‍ଟବଲ୍‍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପୁରୁଷ ଓ ମହିଳା ଦଳ ଚମ୍ପିଆନ୍‍ ହୋଇଛନ୍ତି। ରବିବାର ପୁରୁଷ ଫାଇନାଲରେ ଓଡ଼ିଶା ୯-୧ ରନ୍‍ରେ ମଣିପୁରକୁ ପରାସ୍ତ କରିଥିଲା। ପୂର୍ବରୁ ଓଡ଼ିଶା ଦଳ ବିହାରକୁ ୧୧-୦ରେ, ମଣିପୁରକୁ ୧୩-୨ରେ ଓ ପଶ୍ଚିମବଙ୍ଗକୁ ୧୫-୨ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା।
ଓଡ଼ିଶା ମହିଳା ଦଳ ପଶ୍ଚିମବଙ୍ଗକୁ ୪-୧ ରନ୍‍ରେ ହରାଇ ଚମ୍ପିଆନ୍‍ ହୋଇଛି। ପୂର୍ବରୁ ବିହାରକୁ ୧୦-୦ରେ, ମଣିପୁରକୁ ୧୫-୨ରେ ହରାଇ ଫାଇନାଲରେ ପହଞ୍ଚିଥିଲା। ଓଡ଼ିଶାର ଉଭୟ ଦଳ ଚମ୍ପିଆନ୍‍ ହୋଇଥିବାରୁ ଓଡ଼ିଶା ସଫ୍ଟବଲ ସଂଘର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ପ୍ରଶିକ୍ଷକ ବିଭୂଦତ୍ତ ରଥ ଓ ଅନ୍ୟ କର୍ମକର୍ତ୍ତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରୁଷ ଦଳର ପ୍ରଶିକ୍ଷକ ଭାବେ ଗୌତମ ବିଶ୍ୱାସ ଓ ମ୍ୟାନେଜର ଭାବେ ଅଚ୍ୟୁତାନନ୍ଦ ସାହୁ ଏବଂ ମହିଳା ଦଳରେ ପ୍ରଶିକ୍ଷକ ଭାବେ ବିନୁ ସାହୁ ଓ ମ୍ୟାନେଜର ଭାବେ ବବିତା ନାୟକ ଯାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories