www.samajalive.in
Tuesday, December 9, 2025
15.1 C
Bhubaneswar

ରାଜ୍ୟ ବଧିର ଚେସ୍‍: ସୁଶାନ୍ତ ଓ ପ୍ରତିମା ଚମ୍ପିଆନ

ଭୁବନେଶ୍ୱର: ରାଜ୍ୟ ବଧିର କ୍ରୀଡ଼ା ପରିଷଦ ଆନୁକୂଲ୍ୟରେ ପଲାସପଲ୍ଲିସ୍ଥିତ ଓଡିଏ ପରିସରରେ ୨୧ତମ ରାଜ୍ୟ ବଧିର ଚେସ ପ୍ରତିଯୋଗିତା ରବିବାର ଉଦ୍‍ଯାପିତ ହୋଇଯାଇଛି। ସିନିୟର ପୁରୁଷବର୍ଗରେ ସୁଶାନ୍ତ କୁମାର ସାହୁ ଚମ୍ପିଆନ, ବାବୁଲା କୁମାର ଜତୀ ରନର୍ସଅପ, ସଞ୍ଜୟ ମହାପାତ୍ର ୩ୟ; ମହିଳାରେ ପ୍ରତିମା ଦଳାଇ ଚମ୍ପିଆନ, ମମତା ପ୍ରହରାଜ ରନର୍ସଅପ ଓ ଦେବଯାନୀ ସାହୁ ୩ୟ, ଜୁନିୟର ବାଳକ ବର୍ଗରେ ବିପିନ ବିହାରୀ ସାହୁ ଚମ୍ପିଆନ, ରିଙ୍କୁ ସାହୁ ରନର୍ସଅପ ଓ ଦୀପକ ପ୍ରଧାନ ୩ୟ, ବାଳିକାରେ ସୁଭଦ୍ରା କିସ୍‍କୋ ଚମ୍ପିଆନ, ପ୍ରୀତିଲତା ବେହେରା ରନର୍ସଅପ ହୋଇଛନ୍ତି। ଦଳଗତ ବିଭାଗରେ ଖୋର୍ଦ୍ଧା ଚମ୍ପିଆନ ଓ କଟକ ରନର୍ସଅପ ଆଖ୍ୟା ଅର୍ଜନ କରିଛନ୍ତି।
ଓଡ଼ିଶା ବଧିର କ୍ରୀଡ଼ା ପରିଷଦ ସଭାପତି ତଥା ଅନ୍ତର୍ଜାତୀୟ ଭିନ୍ନକ୍ଷମ ବ୍ୟାଡ୍‍ମିଣ୍ଟନ ଖେଳାଳି ଅସିତ୍‍ ମିଶ୍ରଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣୀ ଉତ୍ସବରେ ସାମାଜିକ ସୁରକ୍ଷା ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ନିର୍ଦେଶକ ସୁଶାନ୍ତ ମହାପାତ୍ର କୃତୀ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ନିଶିଥ କୁମାର ମହାନ୍ତି, ଚେସ୍‍ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକ, ପ୍ରତିଷ୍ଠାତା ସଦସ୍ୟ ବିଜୟ କୁମାର ପରିଡ଼ା ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ୧୦ଟି ଜିଲାରୁ ୪୦ ଜଣ ଅଂଶଗ୍ରହଣ କରିଥିଲେ। ଏଥିରୁ ଶ୍ରେଷ୍ଠ ୧୫ଜଣ ଖେଳାଳି ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହେବାକୁ ଥିବା ୨୧ତମ ଜାତୀୟ ବଧିର ଚେସ ପ୍ରତିଯୋଗିତା ଭାଗନେବେ ବୋଲି ଆୟୋଜକ ସମ୍ପାଦକ ନିରଞ୍ଜନ ଯୋଶୀ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories