www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ଜୀବିକା ସୁରକ୍ଷା ମଞ୍ଚର ଦାବିପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ବ୍ଲକର ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ଦ୍ୱାରା ଫୁଲବାଣୀ ବ୍ଲକର ଥିବା ୧୧ ଗୋଟି ଗ୍ରାମ ପଂଚାୟତ ର ୧୨୪ଟି ଗ୍ରାମର ଦୁଇ ମାସ ଧରି, ” ସ୍ୱଚ୍ଛ ଗ୍ରାମ ଅଭିଯାନ” ନିମନ୍ତେ ଏକ ସର୍ଭେ କରାଯାଇଛି। ଉକ୍ତ ସର୍ଭେ ରିପୋର୍ଟରେ ଗ୍ରାମଞ୍ଚଳର ଥିବା ବିଭିନ୍ନ ସମସ୍ୟା ଯଥା, ସିସି ଡ୍ରେନ, କଂକ୍ରିଟ ରାସ୍ତା, ପିଇବା ପାଣି, କୂପ, ନଳକୂଅ, ଅଙ୍ଗନୱାଡି କେନ୍ଦ୍ର ଏବଂ ବ୍ୟକ୍ତିଗତ ଶୌଚାଳୟ ଉପରେ ଏକ ତଥ୍ୟ ସଂଗ୍ରହ କରି ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବାଣୁଆଙ୍କୁ ଉକ୍ତ ସମସ୍ୟା ଉପରେ ପ୍ରାଧନ୍ୟ ଦେବାପାଇଁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ସ୍ୱାଧୀନତାର ୭୫ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ସାଧାରଣ ଗାଁ ଗହଳିରେ ବାସ କରୁଥିବା ଲୋକମାନେ ନିଜର ମୌଳିକ ସୁବିଧା ପାଇବାରେ ବଞ୍ଚିତ ଅଛନ୍ତି। ବିଶେଷ କରି ଆଗାମୀ ଗ୍ରୀଷ୍ମ ୠତୁକୁ ଦେଖି ଗ୍ରାମାଞ୍ଚଳ ଥିବା ଜଳ କଷ୍ଟକୁ ସୁଧାରିବାକୁ, ପ୍ରତି ଗ୍ରାମର ଥିବା ଜଳର ଉତ୍ସ ଯଥା ଅଚଳ ନଳକୂପ, ଖୋଲା କୂଅ , ଷ୍ଟାଣ୍ଡ ପୋଷ୍ଟ, ଆଦି ଗୁଡିକ ତୁରନ୍ତ ମରାମତି କରିବା ସହିତ ଆବଶ୍ୟକ ଗ୍ରାମରେ ତୁରନ୍ତ ନୂତନ ନଳକୂଅ ଏବଂ ସୋଲାର ନଳକୂପ ନିର୍ମାଣ କରି ପ୍ରତି ଗ୍ରାମକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ମହିଳା ଜୀବିକା ସୁରକ୍ଷା ଲୋକ ସଂଗଠନ ଫୁଲବାଣୀ ପକ୍ଷରୁ ଦୃଢ ଦାବୀ କରିଛି।
ଏହା ସହିତ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ମଧ୍ୟ ଆବଶ୍ୟକ ଭିତ୍ତି ଭୂମି ନ ଥିବାରୁ ଛୋଟ ଛୋଟ ପିଲାମାନେ ନାହିଁ ନ ଥିବା ସମସ୍ୟାର ଶିକାର ହେଉଥିବାର ଫୁଲବାଣୀ ବ୍ଲକରେ ଦେଖିବାକୁ ମିଳିଛି। ଦାବୀ ପତ୍ର ଦେବା କାର୍ୟ୍ୟକ୍ରମରେ ଫୁଲବାଣୀ ବ୍ଲକର ୧୧ ଗୋଟି ଗ୍ରାମ ପଂଚାୟତର ମାଆ ମାନେ ଏବଂ ସଂଗଠନର ବ୍ଲକ ସଂଯୋଜକ ଏବଂ ଜିଲ୍ଲା କାର୍ୟ୍ୟ କାରିଣୀ କମିଟିର କର୍ମୀ ଭାରତୀ ରାଓ ,ମାନିନୀ ବେହେରା ,ସିଦ୍ଧେଶ୍ଵର , ବ୍ଲକ ସମ୍ପାଦକ ସୁମତି ମୁଖି , ଜନସାଥି ମାନିନି ବେହେରା ସମେତ ବ୍ଲକର ଅନେକ ମାଆ ମାନେ ଯୋଗ ଦେଇ ଥିଲେ। ଏଭଳି ଅଭିଯୋଗକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବାଣୁଆ, ଯଥା ଶୀଘ୍ର ଗ୍ରାମଞ୍ଚଳର ଥିବା ପାଣି ସମସ୍ୟା ଏବଂ ସିସି ରାସ୍ତା, ନଳକୂଅ ମରାମତି କରାଯିବ ବୋଲି ଆଲୋଚନା ବେଳେ ପ୍ରକାଶ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories