www.samajalive.in
Sunday, December 14, 2025
16.1 C
Bhubaneswar

ଉତ୍କଳମଣିଙ୍କ ଜନ୍ମମାଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଛି ସମୟ ପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନର ଅମ୍ଳାନ ସ୍ମୃତି ଦେଖିବ ସମଗ୍ର ବିଶ୍ୱ । ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅସ୍ଥାୟୀ ହେଲିପ୍ୟାଡ୍‌‌ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରି ସାରିଛି। ଏହାପରେ ମୁଖ୍ୟମନ୍ତ୍ରୀ ଶିବ ମନ୍ଦିରରେ ପହଞ୍ଚି ସାରିଛନ୍ତି। ଶିବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଓ ମନ୍ତ୍ରୀ ସ୍ୱାଗତ କରିଛନ୍ତି।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନର ଅମ୍ଳାନ ସ୍ମୃତି ଦେଖିବ ସମଗ୍ର ବିଶ୍ୱ। ନୂଆ ରୂପରେ ସଜେଇ ହୋଇଛି ଉତ୍କଳମଣିଙ୍କ ପବିତ୍ର ଷଠିଘର ସମେତ ଐତିହ୍ୟ ଗ୍ରାମ ସୁଆଣ୍ଡୋ। ସେଠାରେ ଉତ୍କଳମଣି ଗୋପବନ୍ଧୁଙ୍କ ସର୍ବବୃହତ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ରୂପାନ୍ତରିତ ହୋଇଛି ସୁଆଣ୍ଡୋ ଐତିହ୍ୟ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ।

- Advertisement -

ନବନିର୍ମିତ ସଂଗ୍ରହାଳୟ ଗୋପବନ୍ଧୁଙ୍କ ସ୍ୱାଧୀନତା ଆନ୍ଦୋଳନ, ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା, ଆଦର୍ଶ ଶିକ୍ଷା ପଦ୍ଧତି ପ୍ରଚଳନ, ଉତ୍ସର୍ଗୀକୃତ ସେବା ଏବଂ ମାନବିକ ମୂଲ୍ୟବୋଧର ବାର୍ତ୍ତା ପ୍ରଚାର କରୁଛି। ଏହି ପ୍ରକଳ୍ପ କାର୍ଯ୍ୟ ୨ବର୍ଷ ମଧ୍ୟରେ ଶେଷ ହୋଇଛି। ଗୋପବନ୍ଧୁଙ୍କ ଷଠିଘର ସମେତ ପୈତୃକ ବାସଭବନର ପୁନରୁଦ୍ଧାର, ସଂରକ୍ଷଣ ଏବଂ ସୌନ୍ଦର୍ଯ୍ୟକରଣ କରାଯାଇଛି। ପ୍ରାୟ ୭ଏକର ଜମିରେ ଗୋପବନ୍ଧୁ ସ୍ମୃତି ସଂଗ୍ରହାଳୟ ଏବଂ ଶିଶୁ ପ୍ରମୋଦ ଉଦ୍ୟାନ ନିର୍ମାଣ କରାଯାଇଛି ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories