www.samajalive.in
Saturday, December 13, 2025
26.1 C
Bhubaneswar

କୃଷି ଖର୍ଚ୍ଚ କମାଇବ ରଞ୍ଜିତଙ୍କ ‘ମହି’

କଲମପୁର: ଦିନକୁ ଦିନ କୃଷି ଉତ୍ପାଦନ ବ୍ୟୟ ବହୁଳ ହେବାରେ ଲାଗିଛି। ଆବଶ୍ୟକ ସମୟରେ କୃଷି ଶ୍ରମିକର ଅଭାବ କାରଣରୁ ଅନୁକୂଳ ପାଗରେ ଆବଶ୍ୟକ କାମ କରିବାରେ ଚାଷୀ ବଞ୍ଚିତ ହେଉଛନ୍ତି। ଯାହା ଦ୍ୱାରା ଚାଷ ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ଚାଷୀ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଧାନ ରୁଆ ଏବଂ ବୁଣିବା ପୂର୍ବରୁ ଜମିକୁ ସମତୁଲ କରିବା ପାଇଁ ଆବଶ୍ୟକ ହେଉଥିବା ‘ମହି’ (କପର) ବ୍ୟବହାର ପାଇଁ ସାଧାରଣତଃ ହଳ ଓ ମହି ପଟା ସମେତ ମାନବ ସମ୍ବଳର ଆବଶ୍ୟକତା ହେଉଛି।
ଏଥିପାଇଁ ଚାଷୀଙ୍କୁ ମାତ୍ର ୬ ଘଣ୍ଟା ପାଇଁ ୬ଶହରୁ ୧ ହଜାର ଟଙ୍କା ବ୍ୟୟ କରିବାକୁ ହେଇଥାଏ। ଏହି ୬ ଘଣ୍ଟା ମଧ୍ୟରେ ମାତ୍ର ଏକ ହେକ୍ଟର ଚାଷ ଜମିକୁ ମହିପଟା ବୁଲାଇବା ସମ୍ଭବ ହେଇଥାଏ। ଏକ ହେକ୍ଟରରୁ ଅଧିକ ରୁଆ ପାଇଁ ୨ରୁ ଅଧିକ ‘ମହି’ ପଟା ଯୋଚା ଯାଇଥିବା ହଳର ଆବଶ୍ୟକତା ରହିଥାଏ। ଏଥିପାଇଁ ଚାଷୀଙ୍କୁ ୨ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏହାକୁ ଲକ୍ଷ୍ୟ କରି କଲମପୁର ଗ୍ରାମର ରଞ୍ଜିତ କୁମାର ପଣ୍ଡା ଏକ ଅଭିନବ ‘ମହି’ ତିଆରି କରିଛନ୍ତି। ଯାହାଦ୍ୱାରା ଏକ ସାଙ୍ଗରେ ଜମିରେ ଧାନ ରୁଆ ପାଇଁ କାଦୁଅ କରିବା ସହ ‘ମହି’ ଦେଇ ସମତୁଲ କରିବା ସମ୍ଭବ ହେଇ ପାରିଛି। ଏହାଦ୍ୱାରା ସମୟ ସମେତ ଶ୍ରମିକ ଓ ଅଧିକ ଖର୍ଚ୍ଚରୁ ଚାଷୀଙ୍କୁ ମୁକ୍ତି ମିଳି ପାରିବ। ଟ୍ରାକ୍ଟରରେ କାଦୁଅ ପାଇଁ ବ୍ୟବହାର ହେଉଥିବା ରୋଟାଭେଟରରେ ଏକ ଲୁହା ଏଙ୍ଗଲକୁ ସଂଲଗ୍ନ କରାଯାଇଛି। ଏହାଦ୍ୱାରା ରୋଟାଭେଟର ବ୍ୟବହାର କରି କାଦୁଅ କରାଯାଉଥିବା ବେଳେ ରୋଟାଭେଟର ପଛରେ ସଂଲଗ୍ନ ଲୁହା ଏଙ୍ଗଲ ‘ମହି’ର କାମ କରି ଜମିକୁ ସମତୁଲ କରିବାରେ ସହାୟକ ହେଇ ପାରୁଛି। ଏହା ଦ୍ୱାରା ଚାଷୀଙ୍କ ରୋଟାଭେଟର ଖର୍ଚ୍ଚ ଘଣ୍ଟା ପ୍ରତି ୧୨ ଶହ ଟଙ୍କା ମଧ୍ୟରେ ଉଭୟ କାଦୁଅ କରିବା ଓ ମହି ବୁଲାଇବା ଏକା ସାଙ୍ଗରେ ହେଇ ପାରୁଛି। ଯାହାରି ଫଳରେ ଚାଷୀଙ୍କ ପୃଥକ ଭାବେ ‘ମହି’ ବୁଲାଇବା ଅଯଥା ଖର୍ଚ୍ଚ କରିବାରୁ ମୁକ୍ତି ମିଳୁଥିବା ବେଳେ ଶ୍ରମିକର ଅଭାବ ଜନିତ ସମସ୍ୟାକୁ ସଫଳ ଭାବେ ସମାଧାନ କରିବାରେ ସଫଳ ହେଇଛନ୍ତି। କେବଳ ରଞ୍ଜିତ ନୁହଁନ୍ତି ତାଙ୍କର ଏହି କୃଷି ଯନ୍ତ୍ର ମାଧ୍ୟମରେ ଅନ୍ୟ କିଛି ଚାଷୀ ମଧ୍ୟ ଉପକୃତ ହେଇଥିବା ବେଳେ ଅଧିକ ଖର୍ଚ୍ଚ ଓ ଅଧିକ ସମୟ ବ୍ୟୟରୁ ମୁକ୍ତି ପାଇଛନ୍ତି। ଆବଶ୍ୟକ ସମୟରେ ‘ମହି’ ପଟା ବୁଲାଇବା ପାଇଁ ବିଶେଷ କରି ଗୋ ମହିଷଙ୍କ ଅଭାବ ସହ ଶ୍ରମିକ ଅଭାବ ଓ ସମୟ ଦୁରୁପଯୋଗରୁ ବର୍ତ୍ତିବା ପାଇଁ ଏହି ପରିକଳ୍ପନା କରି ସଫଳ ହେଇ ଅନ୍ୟକୁ ଏଭଳି କରିବା ପାଇଁ ପରାମର୍ଶ ଦେଇଥିବା ଚାଷୀ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି। ଏହାସହ ଆଗାମୀ ଦିନରେ ସରକାରଙ୍କ ତରଫରୁ ଆବଶ୍ୟକ ସହାୟତା ମିଳିଲେ ଏଭଳି ଦେଶୀୟ ପଦ୍ଧତିରେ କିଛି କୃଷି ଉପକରଣ ପ୍ରସ୍ତୁତ କରିବାରେ ମନୋନିବେଶ କରିବେ ବୋଲି ସୂଚନା ଦେଇଛନ୍ତି। କେବଳ ଧାନ ରୁଆ ନୁହେଁ ଧାନ ବୁଣା ଓ ଅନ୍ୟ ଡାଲି ଜାତୀୟ ବିହନ ବୁଣା ସମୟରେ ‘ମହି’ ବୁଲାଇବା ଆବଶ୍ୟକତା ରହୁଥିବାରୁ ଏହା ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories