www.samajalive.in
Thursday, December 11, 2025
16.1 C
Bhubaneswar

ଓଡ଼ିଶାରେ କ୍ଷମତାକୁ ଆସିଲେ କୃଷିଋଣ ଛାଡ଼: ଧର୍ମେନ୍ଦ୍ର

ବାସୁଦେବପୁର: ଓଡିଶାରେ ସମ୍ପ୍ରତି ପିସି ଓ ଯାଦୁଗରର ସରକାର ଚାଲିଛି। ପିସିରେ ପେଷି ହୋଇଗଲେଣି ଜନତା। ନବୀନ ସରକାର କୌଣସି କାମ ନକରି ଖାଲି ଭେଳିକି ଦେଖାଇ ଚାଲିଛନ୍ତି। ଓଡିଶାର ପାଣି, ଖଣି, ଡାଲି, ବାଲିକୁ ବିଜେଡି ଲୁଟି ଦଳର ନେତା ଓ ମନ୍ତ୍ରୀ ନିଜର ଜମା ବଢାଇ ଚାଲିଛନ୍ତି। ଅନ୍ୟପକ୍ଷରେ ଓଡିଆ ଯୁବକମାନେ ରାଜ୍ୟରେ କର୍ମସଂସ୍ଥାନ ନ ପାଇ ନିଜର ବୁଢା ବାପାମା’କୁ ଗାଁରେ ଛାଡି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ନିର୍ବାଚନରେ ଡବଲ ଇଞ୍ଜିନ ଲାଗିବ। ଏଥର ଓଡ଼ିଶା ଓ ଦିଲୀରେ ସରକାର ଗଠନ କରିବ ବିଜେପି। ବିଜେପି ସରକାରକୁ ଆସିଲେ ଓଡ଼ିଶାରେ କୃଷିଋଣ ଛାଡ କରିବ ବୋଲି କହିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ରବିବାର ଯାଜପୁର ଜିଲାର ସିଂହପୁର ଓ ଭଦ୍ରକ ଜିଲାର ବାସୁଦେବପୁରଠାରେ ଆୟୋଜିତ ବିଜେପିର ଦୁଇ ଦୁଇଟି ଜନଜାଗରଣ ଯାତ୍ରା ଓ ମିଶ୍ରଣ ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଲେ, ରାଜ୍ୟରେ ମୁଣ୍ଡପିଛା ଋଣ ବଢିଚାଲିଛି। ପାଖାପାଖି ଲକ୍ଷେ କୋଟି ଋଣ ୧୮ ବର୍ଷ ଶାସନରେ ଓଡିଆଙ୍କ ମୁଣ୍ଡରେ ରହିଛି। ଆମ ଗାଁ ଆମ ବିକାଶ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତି ହେଉଛି। ଆମ ଗାଁ ଆମ ବିକାଶ ମାଧ୍ୟମରେ ପଂଚାୟତ ପ୍ରତିନିଧିଙ୍କ ଅଧିକାର ଛଡାଇ ନିଆଯାଉଛି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ନବୀନ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଇ ନ ଦେଇ ୪ କୋଟି ଓଡିଆଙ୍କୁ ପ୍ରତାରଣା କରୁଛନ୍ତି ା ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୨ ମାସରେ ୧ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଁଚିଥିବା କଥା ବିଜ୍ଞାପନ ଦେଇଛନ୍ତି। ବିଜ୍ଞାପନଟି ସତ ହେଲେ କଥାଟି ମିଛ। ୨୦୧୬-୧୭ ଅର୍ଥନୀତିକ ସର୍ଭେ ରିପୋର୍ଟରେ ରାଜ୍ୟ ସରକାର ଜ୍ୱର, କାଶ ଓ ପେଟବ୍ୟଥା ପରି ଚିକିତ୍ସା ପାଇଁ ଓଡିଶାରେ ବର୍ଷ ତମାମ ୧୨ ଲକ୍ଷ ଯାଏଁ ଲୋକ ସ୍ୱାସ୍ଥ୍ୟସେବା ପାଇଥିବା ଉଲ୍ଲେଖ କରିଛନ୍ତି। ୨୦୧୭-୧୮ର ହିସାବ ଦେଇନାହାନ୍ତି। ଯଦି ୧୫ ଲକ୍ଷ ପରିବାରର ୪ ଜଣ ଲେଖାଁଏ ଚିକିତ୍ସିତ ହୋଇଥିବେ ଏହି ସଂଖ୍ୟା ୬୦ ଲକ୍ଷ ହୋଇପାରିବ; କିନ୍ତୁ ୧ କୋଟିର ଯେଉଁ ହିସାବ ଦିଆଯାଇଛି ତାହା ପିସି ସରକାରର ଯାଦୁଖେଳ ସଦୃଶ ଓ ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ଭଳି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଯଦି ଏହାକୁ କିଏ ଭୁଲ ପ୍ରମାଣିତ କରିଦେ​‌େ​‌ବ ତାହାହେଲେ ସେ ୨୪ ଘଣ୍ଟା ମଧ୍ୟରେ କ୍ଷମା ମାଗିବେ ବୋଲି ଆହ୍ବାନ ଦେଇଛନ୍ତି। ସୁରଟରେ କେଉଁ ମେଡିକାଲ ସହ ରାଜ୍ୟ ସରକାର ଅନୁବନ୍ଧିତ ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।
କଂଗ୍ରେସକୁ ତୀବ୍ର ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଏହି ଦଳ ରାଜ୍ୟରେ ଅସ୍ତିତ୍ୱ ହରାଇଛି। କଂଗ୍ରେସ ଦିନରେ ବସନ୍ତ ଓ ରାତିରେ ବାସନ୍ତୀ। ଜଣେ ଖଣି ବେପାରୀ, ଜଣେ ସରକାରୀ ଅଧିକାରୀ ଯେ ବଡଗୁମାସ୍ତା ଓ କଂଗ୍ରେସ ପି ନାମ ଧାରୀ ନେତା ଓଡିଆ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରିବା ପାଇଁ ଉଦ୍ୟମ କରିଛନ୍ତି। ରାଜ୍ୟରେ ଚାଲିଛି ଚିଟଫଣ୍ଡ ନାଏକଙ୍କ ସରକାର। ମୁଖ୍ୟମନ୍ତ୍ରୀ ମହାଶୟ କହିବେ କି ସରୋଜ ସାହୁ କିଏ? ଓଡିଆ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଦେଉଛନ୍ତି। ଶିକ୍ଷକ ମାନଙ୍କ ପାଇଁ ଦରମା ନାହିଁ। ହେଲେ ହକି ଖେଳ ପାଇଁ କୋଟିକୋଟି ଟଙ୍କା ଅଛି। ଅଣଓଡିଆ ଅଫିସରଙ୍କ ପକେଟ ଗରମ ପାଇଁ ଚେଷ୍ଟା କରାଯାଉଛି। ଓଡିଶା ବାସୀଙ୍କୁ ସ୍ୱୁଲରେ ଶିକ୍ଷକ ଦରକାର, ଏଆର ରେହମାନର ଗୀତ ନୁହେଁ। ରୋଜଗାର ଲୋଡ଼ା; ଶାହାରୁଖ ଖାଁ ଶୋ ଦରକାର ନାହିଁ। ତିତ୍‌ଲି ସମୟରେ ମୁଖ୍ୟମନ୍ତ୍ରୀ ଏଥର ଜିରୋ କାଜୁଆଲିଟି କଥା କହିଲେ , ହେଲେ ଗଞ୍ଜାମ, ଗଜପତି ଓ ରାୟଗଡାରେ ୧୦୦ ରୁ ଅଧିକ ଲୋକେ ମୃତ୍ୟୁବରଣ କଲେ।
ଶ୍ରୀ ପ୍ରଧାନ କହିଛନ୍ତି ଭଡ଼ାଟିଆ ଖବରକାଗଜକୁ ଲଗାଇ ଉଜ୍ଜଳା ଯୋଜନାରେ କେଳେଙ୍କାରୀ ହୋଇଥିବାର କୁହାଯାଉଛି। ନବୀନ ବାବୁ ଆପଣ ସ୍ଥାନ ଚିହ୍ନଟ କରନ୍ତୁ ସେହି ସ୍ଥାନକୁ ଯାଇ ଉଜ୍ଜଳାରେ ମା ଭଉଣୀ ଉପକୃତ ହୋଇଛନ୍ତି କି ନାହିଁ ତାର ଅନୁଧ୍ୟାନ କରିବା ବୋଲି ଆହ୍ବାନ ଦେଇଛନ୍ତି। ଏହାସହ ଉଜ୍ଜଳା ଯୋଜନାରେ ଯଦି କେହି ସାମାନ୍ୟ ଭୁଲ କରେ ତା ବିରୋଧରେ କଠୋର ଦଣ୍ଡ ଦିଆଯିବ। ତଥ୍ୟ ପ୍ରମାଣ ଥୋଇଲେ ମୋଦି ସରକାର ସୁଧାରିବା ପାଇଁ ପଛାଇବେ ନାହିଁ। ତେବେ ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟଭତା, ପାଇଖାନାରେ ଯେଉଁ ହେରଫେର ହୋଇଛି ଏହି ତ୍ରୁଟିକୁ କେବେ ମୁଖ୍ୟମନ୍ତ୍ରୀ ସୁଧାରିବେ ବୋଲି ସେ ପ୍ରଶ୍ନ କରିଥିଲେ। ଏ ସରକାରଙ୍କୁ ଅପାରଗ କହିଲେ ବାଧୁଛି। ଶ୍ରୀ ପ୍ରଧାନ କହିଲେ ଯେ, ୨୦୧୪ ବେଳକୁ ରାଜ୍ୟରେ ୨୦ ଲକ୍ଷ ଗ୍ୟାସ୍ ସଂଯୋଗ ଦିଆଯାଇଥିବା ବେଳେ ମୋଦି ସରକାରଙ୍କ ସାଢେ ୪ ବର୍ଷରେ ଏହି ସଂଖ୍ୟା ୭୩ ଲକ୍ଷରେ ପହଁଚିଛି। ଭଦ୍ରକ ଜିଲାର ସାଢେ ୩ ଲକ୍ଷ ପରିବାର ମଧ୍ୟରୁ ୨୦୧୪ ବେଳକୁ ମାତ୍ର ୫୦ ହଜାର ଘରେ ଗ୍ୟାସ ଥିବା ବେଳେ ଏହି ସଂଖ୍ୟା ଏବେ ୨ ଲକ୍ଷ ୮୨ ହଜାରରେ ପହଁଚିଛି। ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ବାସୁଦେବପୁରରେ ବଂଶାନୁକ୍ରମିକ ରାଜନୀତିକୁ ଲୋକେ ଗ୍ରହଣ କରିବେ ନାହିଁ। ବିଜେପି ଦଳ ସରକାରକୁ ଆସିଲେ ଭଦ୍ରକ ଜିଲାରେ ମେଡିକାଲ କଲେଜ ତିଆରି କରିବ।
କେନ୍ଦ୍ରରେ ବିଜେପି ସରକାରଙ୍କ ସଫଳତା ସଂପର୍କରେ ଶ୍ରୀ ପ୍ରଧାନ କହିଲେ ୨୦୧୪ ବେଳକୁ ରାଜ୍ୟରେ ୨୦ ଲକ୍ଷ ଗ୍ୟାସ୍ ସଂଯୋଗ ଦିଆଯାଇଥିବା ବେଳେ ମୋଦି ସରକାରଙ୍କ ସାଢେ ୪ ବର୍ଷରେ ଏହି ସଂଖ୍ୟା ୭୩ ଲକ୍ଷରେ ପହଁଚିଛି। ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ଭଦ୍ରକ ଜିଲାରେ ମେଡିକାଲ କଲେଜ ତିଆରି କରିବ। ଆସନ୍ତା ୨୦୧୯ ନିର୍ବାଚନ ରାଜ୍ୟରେ ବିଜେଡି ସରକାରକୁ ହଟାଇବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଉଭୟ ମିଶ୍ରଣ ସମାବେଶରେ ଶହ ଶହ ସମର୍ଥକଙ୍କ ସହ କଗ୍ରେସ ଓ ବିଜେଡିର ବହୁ ନେତା ବିଜେପିରେ ସାମିଲ ହୋଇଛନ୍ତି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories