www.samajalive.in
Saturday, December 13, 2025
26.1 C
Bhubaneswar

ସବୁରି ଉର୍ଦ୍ଧ୍ୱରେ ସମ୍ମାନ, ବିଦାୟୀ ରାଜ୍ୟପାଳଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ରାଜନୀତିରେ ବିରୋଧାଭାସ ଓ ଅସୁୟାଭାବ ରହିବା ଏକ ପ୍ରକାର ସ୍ୱାଭାବିକତା ବୋଲି ଗ୍ରହଣ କରାଯାଏ। ବିଶେଷ କରି କେନ୍ଦ୍ର ସରକାର ରାଜନୈତିକ ଦୃଷ୍ଟିକୋଣକୁ ବିଚାରକୁ ନେଇ ଯେଉଁ ପ୍ରଦେଶରେ ଭିନ୍ନ ଦଳର ସରକାର ଥାଏ ସେଠାକୁ ନିଜ ଦଳର ବରିଷ୍ଠ ନେତାଙ୍କୁ ରାଜ୍ୟପାଳ କରି ପଠାଇଥାନ୍ତି। ଆମ ଦେଶରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦ ଓ ଦିଲ୍ଲୀ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଦେଖାଯାଉଥିବା ବିବାଦ ଅନେକ ସମୟରେ ରାଜନୈତିକ ସଙ୍କଟ ସୃଷ୍ଟି କରିଛି।

- Advertisement -

ତେବେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ କେବଳ ସମ୍ମାନ ନୁହେଁ ବରଂ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ରାଜ୍ୟପାଳ ଭଳି ଏକ ରାଜନୈତିକ ସାମ୍ବିଧାନିକ ପଦବୀରେ ଥିବା ରାଜ୍ୟପାଳଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସ ପ୍ରଦର୍ଶନ କରାଯାଇଛି। ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଗନ୍ନବରମ ବିମାନ ବନ୍ଦର ଯାଏଁ ଛାଡିବାକୁ ଯାଇଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀ। ସେଠାରେ ରାଜ୍ୟପାଳ ହରିଚନ୍ଦନ ବିମାନ ମଧ୍ୟକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ନଇଁ ପଡି ଜଣେ ଛାତ୍ର ଭଳି ରାଜ୍ୟପାଳଙ୍କ ପାଦ ସ୍ପର୍ଶ କରିଥିଲେ।

ଛତିଶଗଡ଼ର ରାଜ୍ୟପାଳ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଗତକାଲି ବିଶ୍ଵଭୂଷଣଙ୍କୁ ଆନ୍ଧ୍ରପ୍ରଦେଶ ସରକାର ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରାଜ୍ୟପାଳଙ୍କ ପାଦ ସ୍ପର୍ଶ କରି ରାଜନୀତିରେ ସଂସ୍କାର ଏବେ ମଧ୍ୟ ବଞ୍ଚିରହିଥିବା ପ୍ରମାଣ କରିଥିବା ବିଭିନ୍ନ ରାଜନୈତିକ ଦଳର ନେତାମାନେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories