www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି ଥରିଲା ଉତ୍ତରାଞ୍ଚଳ; କେନ୍ଦ୍ରସ୍ଥଳ ନେପାଳ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ବିଶ୍ବର ବିଭିନ୍ନ ସ୍ଥାନରେ ଲଗାତର ଭୂମିକମ୍ପ ହେଉଛି। ବୁଧବାର ପୁଣିଥରେ ଦିଲ୍ଲୀଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ନେପାଳରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ନେପାଳ। ରିକ୍ଟର ସ୍କେଲରେ ଏହା ତୀବ୍ରତା ୫.୨ ରେକର୍ଡ଼ କରାଯାଇଛି। ତେବେ ଦିଲ୍ଲୀ ଏନସିଆରରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ନେପାଳର ଜୁମଲାଠାରୁ ପ୍ରାୟ ୭୦ କିମି ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ କମ୍ପନ ଅନୁଭୂତ ହୋଇଥିବା ଜଣାପଡ଼ିଛି। ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ।

- Advertisement -

ସେହିପରି ଉତ୍ତରାଖଣ୍ଡର ପିଥୋରାଗଡ଼ରେ ମଧ୍ୟ ଦିନ ୧ଟା ୩୦ ମିନିଟ୍‌ ସମୟରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ୪.୪ ରେକର୍ଡ଼ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡ଼ରୁ ୧୪୩ କିମି ଦୂର ନେପାଳର ଜୁମଲାରେ ଭୂପୃଷ୍ଠରୁ ୧୦ କିମି ଗଭୀରରେ ଥିଲା।

ସୂଚନାଯୋଗ୍ୟ, ଗତ କିଛି ମାସ ହେବ ନେପାଳରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି। ଏହା ପୂର୍ବରୁ ଜାନୁଆରୀ ୨୪ରେ ନେପାଳରେ ୫.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ବ୍ୟତୀତ ଗତ ବର୍ଷ ନଭେମ୍ବରରେ ନେପାଳରେ ୬.୩ ତୀବ୍ରତାର ଭୂକମ୍ପ ହୋଇଥିଲା।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories