ଧନ ସଞ୍ଚୟ କରିବା ପାଇଁ ସଭିଁଙ୍କ ଇଚ୍ଛା। ଆଲମାରୀ କଦାପି ଖାଲି ନ ହେଉ, ମା’ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ସର୍ବଦା ରହିଥାଉ ବୋଲି ସମସ୍ତେ ଇଚ୍ଛା କରିଥାଆନ୍ତି। ମାତ୍ର ଅନେକ ସମୟରେ ଦେଖାଯାଏ ଇଚ୍ଛା ଅନୁଯାୟୀ, ସଞ୍ଚୟ ହୋଇ ପାରିନଥାଏ। ଟଙ୍କା ଅଭାବ ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ବାସ୍ତୁ ଦୋଷ କାରଣରୁ ଏଭଳି ହୋଇଥାଏ ବୋଲି ମାନ୍ୟତା ରହିଛି। ତେଣୁ ବାସ୍ତୁ ସହ ଜଡିତ କିଛି ଉପାୟକୁ ଅଣଦେଖା କରନ୍ତୁ ନାହିଁ। ବାସ୍ତୁରେ ଆଲମାରୀ ସହ ଜଡିତ କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କରିବା ଦ୍ୱାରା ବିଶେଷ ଲାଭ ମିଳିବା ସହ ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ। ଜାଣନ୍ତୁ..
ବାସ୍ତୁ ଶାସ୍ତ୍ରରେ କୁହାଯାଇଛି, ଆଲମାରୀକୁ ସର୍ବଦା ସଠିକ୍ ଦିଗରେ ରଖନ୍ତୁ। ଏହାଦ୍ୱାରା ବିଶେଷ ଲାଭ ମିଳିଥାଏ। ଆଲମାରୀ ସର୍ବଦା ଉତ୍ତର ଦିଗକୁ ଯେପରି ଖୋଲିବ ସେଥିପ୍ରତି ଧ୍ୟାନ ଦେବେ। ଉତ୍ତର ଦିଗ ଭଗବାନ କୁବେରଙ୍କ ଦିଗ ବୋଲି କୁହାଯାଏ। ଏହାସହ ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ଆଲମାରୀ କଦାପି ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ନ ଖୋଲୁଥିବ। ଏହା ଧନ ପାଇଁ ଶୁଭଙ୍କର ନୁହେଁ।
ବାସ୍ତୁ ଅନୁଯାୟୀ ଆଲମାରୀକୁ କଦାପି ଖାଲି ରଖନ୍ତୁ ନାହିଁ। ଯଦି ଟଙ୍କା କିମ୍ବା ଅଧିକ ସୁନାଗହଣା ନାହିଁ ତେବେ ମା’ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ନିଶ୍ଚୟ ରଖନ୍ତୁ। ଏପରି କରିବା ଦ୍ୱାରା ଆଲମାରୀରେ କଦାପି ଧନ ଖାଲି କିମ୍ବା ଅଭାବ ହେବ ନାହିଁ।
ବାସ୍ତୁ ଅନୁଯାୟୀ, ଆଲମାରୀ ଭିତରେ ଏକ ଛୋଟ ଅଇନା ନିଶ୍ଚୟ ରଖନ୍ତୁ। ଆଲମାରୀ ଖୋଲିବା ସମୟରେ ଏଥିରେ ନିଜର ଛାଇ ଦେଖାଯିବା ଶୁଭଙ୍କର ବୋଲି କୁହାଯାଏ। ଟଙ୍କାର ଅଭାବ ମଧ୍ୟ ଦୂର ହୋଇଥାଏ। ଆଲମାରୀ ଖୋଲିବା ସମୟରେ କଦାପି ଜୋତା କିମ୍ବା ଚପଲ ପିନ୍ଧନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଅସନ୍ତୁଷ୍ଟ ହୋଇଥାଆନ୍ତି।
ଆଲମାରୀ ସହ ଜଡିତ ଏହି ଉପାୟରେ ମିଳେ ମା’ଲକ୍ଷ୍ମୀଙ୍କ କୃପା..
Popular Categories



