ନବରଙ୍ଗପୁର: ଜିଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଜିଲା କୋର୍ଟ ପରିସରରେ ଆଇନଜୀବି, ପାରା ଲିଗାଲ ସଦସ୍ୟ ଏବଂ ପୁଲିସ କର୍ମଚାରୀକୁ ନେଇ ଆଇନ ସଚତନତା ଶିବିର କରାଯାଇଛି। ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା। ଏହି ଶିବିରରେ ଜିଲା ଦୌରାଜଜ ସଂଜୀବ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସଡ଼କ ସୁରକ୍ଷା ଉପରେ ରହିଥିବା ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ। ଅତିରିକ୍ତ ଜିଲା ଜଜ ଶିବ ପ୍ରସାଦ ମିଶ୍ର, ଆଇନଜୀବି ସଂଘର ସଭାପତି ନରସିଂହନାଥ ତ୍ରିପାଠୀ ଏବଂ ଆଇନଜୀବି ସନତ ମିଶ୍ର ବିଭିନ୍ନ ଆଇନ ବିଷୟରେ ସଚେତନ କରିଥିଲେ।
Popular Categories



