www.samajalive.in
Wednesday, December 10, 2025
26.1 C
Bhubaneswar

ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଲେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ, ଗାଁରେ ଶୋକାକୁଳ ପରିବେଶ

ଫୁଲବାଣୀ:କନ୍ଧମାଳ ଜିଲାରେ ସରୁନି ଦାଦନ ଦୁଃଖ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି ଜଣେ ୧୯ ବର୍ଷର ପରିବାରର ଏକ ମାତ୍ର ରୋଜଗାରିଆ ପୁଅ। ଖବର ମିଳିବା ପରେ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିବା ବେଳେ କାନ୍ଦବୋବାଳିରେ ଫାଟି ପଡୁଛି ସାରା ପରିବାର।

ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ପୋଡା ପଡା ଗାଁ ରେ ଓ ବର୍ତ୍ତମନ ପୁଅର ଏକମାତ୍ର ପୁଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ ଶବ କୁ ଆଣିବାକୁ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।

- Advertisement -

ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ପୋଡ଼ାପଡ଼ା ଗ୍ରାମର ବସନ୍ତ ଭୁକ୍ତାଙ୍କ ଏକମାତ୍ର କଲେଜ ପଢୁଆ ପୁଅ ଭଗବାନ ଭୁକ୍ତା (୧୯)ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମକରୁଥିଲେ। ଗତକାଲି ରାତି ଆଠଟା ସମୟରେ ପୁଅର ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଅନ୍ୟ ପଟେ ଏହି ଘଟଣାକୁ ଶୁଣିବା ପରେ ପରିବାରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ପୁଅର ମୃତଦେହକୁ ଗାଁ କୁ ଆଣିବାକୁ ପ୍ରଶାସନକୁ ଗୁହାରି କରିଛନ୍ତି।

ଏହି ଦୁଃଖଦାୟକ ଘଟଣାରେ ପୋଡ଼ାପଡ଼ା ଗାଁ ରେ ପରିବାର ଆତ୍ମୀୟ ସ୍ବଜନ ପହଞ୍ଚି ଥିବା ବେଳେ ମୃତଦେହ ଆଣିବା ପାଇଁ ବିଭିନ୍ନ ଲୋକଙ୍କ ସହ ବୁଲି ପ୍ରଶାସନକୁ ଆକୁଳ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଗାଁର କିଛି ଲୋକେ ବିଭିନ୍ନ ସରକାରୀ କାର୍ୟ୍ୟାଳୟକୁ ଧାଉଁ ଥିବା ବେଳେ ସାରା ଫିରିଙ୍ଗିଆ ବ୍ଲକ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଅନ୍ୟପଟେ ମୃତ୍ୟୁର ଅସଲ କାରଣ ବର୍ତ୍ତମାନ ପର୍ୟ୍ୟନ୍ତ ଜଣା ପଡ଼ିନଥିବା ବେଳେ ଏହି ଘଟଣାକୁ ନେଇ ଚେନ୍ନାଇର ଏକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାଅପଡିବ। ତେବେ ମୃତଦେହ ଗାଁରେ ପହଞ୍ଚିଲା ପରେ ଯୁବକଙ୍କ ଶେଷ କୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories