ମୁମ୍ବାଇ . – ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କୁ ନେଇ ଏକ ସିନେମା ନିର୍ମାଣ କରାଯାଉଛି । ବଲିଉଡ୍ର କିଙ୍ଗ ଖାନ ଶାହାରୁଖ, ରାକେଶ ଶର୍ମାଙ୍କ ଭୂମିକାରେ ଏହି ସିନେମାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି ।
ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ୧୯୮୪ ମସିହାରେ ମହାକାଶକୁ ଯାଇଥିଲେ । ତାଙ୍କରି ଜୀବନୀ ଉପରେ ଆଧାରିତ ସିନେମା ‘ସାରେ ଜାହାଁସେ ଆଛା’ ନିର୍ମାଣ କରାଯାଉଛି । ରୋନି ସ୍କ୍ରୁଓ୍ୱାଲା ଏହାର ସହ ପ୍ରଯୋଜକ ଅଛନ୍ତି । ଶାହାରୁଖ ଖାନ ଅଭିନୀତ ସିନେମା ଜିରୋ ନଭେମ୍ବର ୨ ତାରଖରେ ରିଲିଜ୍ ହେବ ।
ଆସନ୍ତା ବର୍ଷ ରାକେଶ ଶର୍ମାଙ୍କ ଉପରେ ନିର୍ମିତ ହେଉଥିବା ସିନେମା‘ସାରେ ଜାହାଁସେ ଆଛା’ ମୁକ୍ତିଲାଭ କରିବ । ଏଥିରେ ଭୂମି ଫଡନବେକର ଶାହାରୁଖ ସହ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବେ ।



