www.samajalive.in
Saturday, December 13, 2025
26.1 C
Bhubaneswar

ବିଦ୍ୟୁତ ପୋଲ ଭାଙ୍ଗିବାରୁ ମୁଦିପଡ଼ା ଅଞ୍ଚଳ ଅନ୍ଧକାରମୟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଟାଟା ପାୱାର ମାଧ୍ୟମରେ ଦିଆଯାଉଥିବା ବିଜୁଳି ସେବାକୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ରକ୍ଷଣାବେକ୍ଷଣ ନାମରେ ଠୋସ ପଦକ୍ଷେପ ନିଆଯାଉ ନ ଥିବାରୁ ମୁଦିପଡ଼ା ଅଞ୍ଚଳରେ ୬ ଘଣ୍ଟାରୁ ଉର୍ଦ୍ଧ ଧରି ଲୋକେ ଅନ୍ଧକାର ମଧ୍ୟରେ ରହିବାକୁ ବାଧ୍ୟ ହୋଇଛନ୍ତି। ଅପରାହ୍ନ ପ୍ରାୟ ୪ଟା ସମୟରେ ମୁଦିପଡ଼ା ପାର୍କ ନିକଟରେ ଏକ ଗାଡି ପଛ ଘୁଞ୍ଚା ଦେଉଥିବା ବେଳେ ଏକ ପୋଲରେ ବାଜି ଯାଇଥିଲା। ଫଳରେ ଅତ୍ୟଧିକ ତାରର ଭାରଥିବା ଉକ୍ତ ପୁରୁଣା ପୋଲଟି ଭାଙ୍ଗି ଯାଇଥିଲା। ସୌଭାଗ୍ୟବଶତଃ କୌଣସି ଧନଜୀବନ ହାନି ହୋଇ ନ ଥିବା ବେଳେ କିନ୍ତୁ ମୁଦିପଡ଼ାର ଏକ ବିସ୍ତୃତ ଅଞ୍ଚଳ ୬ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅନ୍ଧକାର ମଧ୍ୟରେ ଡୁବି ରହିଥିଲା। ଏଣୁ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯିବା ସହିତ କେବଳ ବିଲ ଆଦାୟ ଉପରେ କମ୍ପାନୀ ପ୍ରାଥମିକତା ଦେଉଥିବା ବେଳେ କିନ୍ତୁ ସେବା ନାମରେ କିଛି କରାଯାଉ ନାହିଁ ବୋଲି ଅଭିଯୋଗ କରୁଛନ୍ତି।

ଏ ସର୍ମ୍ପକରେ ହସ୍ପିଟାଲ ରୋଡ ସେକ୍ସନ ଅଧିକାରୀ ଶୁଭମ ମିଶ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ଏକ ଗାଡି ୮ ମିଟର ଉଚ୍ଚତା ବିଶିଷ୍ଟ ପୋଲକୁ ଧକ୍କା ଦେବାରୁ ତାହା ଭାଙ୍ଗି ଯାଇଛି। ଏଣୁ ଆମେ ଉକ୍ତ ପୋଲଟି ଭାଙ୍ଗି ଯାଇଥିବାରୁ ତାକୁ ଆମେ ମରାମତି କରୁଛୁ ଏବଂ ଯଥାଶିଘ୍ର ବିଦ୍ୟୁତ ସରବରାହ ଚାଲୁ କରାଯିବ ଏବଂ ଖୁବ ଶିଘ୍ର ଉକ୍ତ ସ୍ଥାନରେ ଏକ ଅଧିକ ଉଚ୍ଚତା ବିଶିଷ୍ଟ ପୋଲ ମଧ୍ୟ ଲଗାଯିବ ବୋଲି ଅଧିକାରୀ ଶ୍ରୀ ମିଶ୍ର କହିଛନ୍ତି।

- Advertisement -

ଅପରପକ୍ଷରେ ବିଗତ ମାସ ୨୧ ତାରିଖରେ ଏହି ଅଞ୍ଚଳରେ ଟାଟା ପାୱାରର କର୍ମଚାରୀ ମାନେ ଆସି ବିଦ୍ୟୁତ ବିଲ ଆଦାୟ କରିବା ନାମରେ କିଛି ଘରର ବିଦ୍ୟୁତ ସଂଯୋଗ କାଟି ଦେବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ କର୍ମଚାରୀ ଓ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହି ଅଞ୍ଚଳରେ ଆଜିର ଦିନରେ ମଧ୍ୟ ବିଦ୍ୟୁତ ତାର ଗୁଡିକ ଓହଳି ରହିଥିବାରୁ ଅନେକ ସମୟରେ ଅଗ୍ନିଶମ ଗାଡି ଓ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁ ନାହାନ୍ତି। ଏଭଳି ଅନେକ ସ୍ଥାନରେ ସମସ୍ୟା ଲାଗି ରହିଥିବା ବେଳେ କମ୍ପାନୀ କତ୍ତୃପକ୍ଷ କେବଳ ବିଦ୍ୟୁତ ଦେୟ ଆଦାୟ ଉପରେ ଫୋକସ ନ ରଖି ସେବା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ବୋଲି ସବୁ ମହଲରୁ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories