www.samajalive.in
Saturday, December 13, 2025
26.1 C
Bhubaneswar

ଚାକିରୀ ଠକେଇ : ମାଷ୍ଟରମାଇଣ୍ଡ ବିହାରରୁ ଗିରଫ

ଭୁବନେଶ୍ୱର : ଚାକିରି ଦେବା ନାଁରେ ଠକେଇ କରୁଥିବା ମୁଖ୍ୟ ଅଭିଯୁକ୍ତକୁ  ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି । ଗିରଫ ମାଷ୍ଟରମାଇଣ୍ଡ ହେଉଛି ଧର୍ମପାଲ୍ ସିଂହ । ୧୭ ରାଜ୍ୟର ଲୋକଙ୍କୁ ଠକିଥିବା ଧର୍ମପାଲ୍ ସିଂହକୁ ଇଓଡବ୍ଲୁ ବିହାରରୁ ଗିରଫ କରିଛି ।
ଅଭିଯୁକ୍ତ ଧର୍ମପାଲ୍ ନକଲି ୱେବସାଇଟ୍ ଖୋଲି ସରକାରୀ ଚାକିରିର ବିଜ୍ଞାପନ ଦେଇ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥା ନାଁରେ ଲୋକଙ୍କୁ ଠକୁଥିଲା । ଚାକିରି ପାଇଁ ଲୋକେ ଆବେଦନ କରିବା ପରେ ଅନଲାଇନ ପରୀକ୍ଷା ଓ ସାକ୍ଷାତକାର ମଧ୍ୟ କରାଉଥିଲା । ବିଭିନ୍ନ ପରୀକ୍ଷା ପାଇଁ ସିଲାବସ ମଧ୍ୟ ଆଶାୟୀମାନଙ୍କୁ ଦେଉଥିଲା। ଏଭଳି ୱେବସାଇଟକୁ ସତ ଭାବି ଲକ୍ଷ ଲକ୍ଷ ପିଲା ଆବେଦନ ଫି ଡିପୋଜିଟ୍ କରି ଅନଲାଇନ ପରୀକ୍ଷା ଓ ସାକ୍ଷାତକାର ଦେଉଥିଲେ। ଆବେଦନ ଫି ବାବଦକୁ   ଧର୍ମପାଲ ପିଲାଙ୍କଠୁ ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କା ରୋଜଗାର କରୁଥିଲା । ବହୁ ଅଭିଯୋଗ ଆସିବା ପରେ ଇଓଡବ୍ଲୁ ଦୀର୍ଘଦିନ ଧରି ଧର୍ମପାଲକୁ ଖୋଜୁଥିବା ବେଳେ ଶେଷରେ ବିହାରରୁ ଗିରଫ କରିବାରେ ସକ୍ଷମ ହୋଇଛି। ବିହାରରୁ ଗିରଫ କରାଯିବା ପରେ ଧର୍ମପାଲ୍ ସିଂହକୁ ୫ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories