www.samajalive.in
Friday, December 12, 2025
15.1 C
Bhubaneswar

ଟିଟିଲାଗଡ଼ରେ ଆରମ୍ଭ ହେଲା ମହାଶିବରାତ୍ରୀ ମେଳା

ଟିଟିଲାଗଡ଼ : ଟିଟିଲାଗଡ଼ର ଐତିହାସିକ ଧବଳେଶ୍ୱର ପୀଠ ଠାରେ ମହା ଶିବରାତ୍ରୀ ମେଳା ଶନିବାର ଠାରୁ ଆରମ୍ଭ ହୋଇଛି। କୁମୁଡା ପାହାଡ଼ ଗୁମ୍ପାରେ ପ୍ରାଚୀନ କାଳରୁ ଅବସ୍ଥିତ ଧଵଳେଶ୍ୱରଙ୍କ ଏହି ପୀଠରେ ପ୍ରତିବର୍ଷ ମହା ଶିବରାତ୍ରୀ ମେଳା ଆୟୋଜିତ ହୋଇଥାଏ। ଏହାକୁ ଏକ ତନ୍ତ୍ରପୀଠ କୁହାଯାଉଥିବା ବେଳେ କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଏଥର ଯାକଜମକ ସହ ମେଳା ଆୟୋଜିତ ହୋଇଛି। ଧବଳେଶ୍ୱର ମହାଦେବ ଟ୍ରଷ୍ଟ ପକ୍ଷରୁ ସଭାପତି ତଥା ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେବ। ଗତକାଲି ଅଧିବାସ ପର୍ବ, ରୁଦ୍ରାଭିଷେକ ପର୍ବ ସମାପନ ପରେ ଆଜି ପୀଠରେ ପୂଜାର୍ଚ୍ଚନା ସହ ଦେବାଦେବୀ ହୋମଯଜ୍ଞ, ୪୮ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। ଏନେଇ ବଡି ଭୋରରୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହିଛି।

- Advertisement -

ମେଳାରେ ୬୯୨ଟି ବିଭିନ୍ନ ଷ୍ଟଲ, ମିନବଜାର ମୁଖ୍ୟ ଆକର୍ଷଣ ରହିଛି। ପ୍ରତ୍ୟେହ ୧ ଲକ୍ଷରୁ ଅଧିକ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ନେଇ ବଲାଙ୍ଗୀର ଏସପି ନିତିନ କୁଳଶକରଙ୍କ ତତ୍ୱାବାଧାନରେ ମେଳା ପଡିଆରେ ଆସ୍ଥାୟୀ ପୁଲିସ ଫାଣ୍ଡି,୨୮ ସିସିଟିଭି ଜରିଆରେ ପୁଲିସ କଣ୍ଟ୍ରୋଲ ରୁମରୁ ତଦାରଖ ବ୍ୟବସ୍ଥା କରାଯାଇଛି।  ୬ ପ୍ଲାଟୁନ ଆଇଆରବି, ଓଏସଏପି ତଥା ସ୍ଥାନୀୟ ପୁଲିସ ଫୋର୍ସ, ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ୩୫ ଅଫିସର ନିୟୋଜିତ ହୋଇଥିବା ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି। ଖୋଦ ଏସଡ଼ିପିଓ ଶ୍ରୀମତୀ କୁମ୍ଭାର ଏବଂ ଥାନା ଆଇଆଇସି ରଞ୍ଜନ ବରିହା ମନ୍ଦିର ଭିତରେ ଉପସ୍ଥିତ ରହି ଦର୍ଶନ ଶୃଙ୍ଖଳିତ କରୁଛନ୍ତି। ସହର ମଧ୍ୟରେ ଟ୍ରାଫିକ ତଥା ଆଇନ ଶୃଙ୍ଖଳା ରକ୍ଷା ନେଇ ପୋଲିସ ପାଟ୍ରୋଲିଂ କଡାକଡି କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories