www.samajalive.in
Monday, December 8, 2025
16.1 C
Bhubaneswar

ସେଲ୍ଫି ମାନିଆ; ୪୦୦କେଜି ଡ୍ରଗ୍ସରେ ନିଆଁ ଲଗାଇ ସେଲ୍ଫି ନେଲେ ମହିଳା ଏଏନ୍‍ଏଫ

କରାଚୀ: ଆଣ୍ଡ୍ରୋଏଡ଼ର ଯୁଗରେ ସେଲ୍ଫି ବାସ୍ତବରେ ଏକ ମାନିଆରେ ପରିଣତ ହୋଇଯାଇଛି। ଉପରୋକ୍ତ ଚିତ୍ର ଆପଣଙ୍କୁ ଦକ୍ଷିଣ ଭାରତୀୟ କୌଣସି ଚଳଚ୍ଚିତ୍ରର ଦୃଶ୍ୟ ବୋଲି ଭ୍ରମିତ କରିପାରେ। ବାସ୍ତବରେ କିନ୍ତୁ ଏହା ପାକିସ୍ତାନର ଆଣ୍ଟି ନାରକୋଟିକ୍ସ ଫୋର୍ସ(ଏଏନଏଫ) ମହିଳାମାନେ ଏହି ଫଟୋ ଉତ୍ତୋଳନ କରିଛନ୍ତି। ଅବୈଧ ଭାବେ ଚୋରା ଚାଲାଣ ହେଉଥିବା ୪୦୦କେଜି ଡ୍ରଗ୍ସକୁ ଜବତ କରିବା ପରେ ପାକିସ୍ତାନର ଏଏନଏଫର ମହିଳା ଯବାନ ମାନେ ଏହି ଫଟୋ ଉତ୍ତୋଳନ କରିଛନ୍ତି। ଆଣ୍ଟି ନାରକୋଟିକ୍ସ ଫୋର୍ସର ଡିଜି ମହିଳାଙ୍କ ଏଭଳି କାର୍ଯ୍ୟକୁ ବେଶ୍‍ ପ୍ରଶଂସା କରିବା ସହ ଏହାକୁ ନିଶା ବିରୋଧରେ ଏକ କ୍ୟାମ୍ପେନ ଭାବେ ଗ୍ରହଣ କରିବା ଉଚିତ ବୋଲି ପ୍ରକାଶ କରିଛନ୍ତି। ଯେଉଁଠି ସମଗ୍ର ବିଶ୍ୱ ପାକିସ୍ତାନ ପରି ଦେଶର ମହିଳା କଠୋରପନ୍ଥୀଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିବା ଖବର ପ୍ରଚାରିତ ହେଉଥିôôବାବେଳେ ଏହି ଦେଶର ମହିଳା ଦେଶରୁ ନିଶାର ମୂଳତ୍ପାଟନ କରିବାକୁ ଉଦ୍ୟମ କରୁଛନ୍ତି ଏହା ମଧ୍ୟ ବିଶ୍ୱବାସୀ ଜାଣିବା ଉଚିତ ବୋଲି ଡିଜି ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories