କରାଚୀ: ଆଣ୍ଡ୍ରୋଏଡ଼ର ଯୁଗରେ ସେଲ୍ଫି ବାସ୍ତବରେ ଏକ ମାନିଆରେ ପରିଣତ ହୋଇଯାଇଛି। ଉପରୋକ୍ତ ଚିତ୍ର ଆପଣଙ୍କୁ ଦକ୍ଷିଣ ଭାରତୀୟ କୌଣସି ଚଳଚ୍ଚିତ୍ରର ଦୃଶ୍ୟ ବୋଲି ଭ୍ରମିତ କରିପାରେ। ବାସ୍ତବରେ କିନ୍ତୁ ଏହା ପାକିସ୍ତାନର ଆଣ୍ଟି ନାରକୋଟିକ୍ସ ଫୋର୍ସ(ଏଏନଏଫ) ମହିଳାମାନେ ଏହି ଫଟୋ ଉତ୍ତୋଳନ କରିଛନ୍ତି। ଅବୈଧ ଭାବେ ଚୋରା ଚାଲାଣ ହେଉଥିବା ୪୦୦କେଜି ଡ୍ରଗ୍ସକୁ ଜବତ କରିବା ପରେ ପାକିସ୍ତାନର ଏଏନଏଫର ମହିଳା ଯବାନ ମାନେ ଏହି ଫଟୋ ଉତ୍ତୋଳନ କରିଛନ୍ତି।
ଆଣ୍ଟି ନାରକୋଟିକ୍ସ ଫୋର୍ସର ଡିଜି ମହିଳାଙ୍କ ଏଭଳି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିବା ସହ ଏହାକୁ ନିଶା ବିରୋଧରେ ଏକ କ୍ୟାମ୍ପେନ ଭାବେ ଗ୍ରହଣ କରିବା ଉଚିତ ବୋଲି ପ୍ରକାଶ କରିଛନ୍ତି। ଯେଉଁଠି ସମଗ୍ର ବିଶ୍ୱ ପାକିସ୍ତାନ ପରି ଦେଶର ମହିଳା କଠୋରପନ୍ଥୀଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିବା ଖବର ପ୍ରଚାରିତ ହେଉଥିôôବାବେଳେ ଏହି ଦେଶର ମହିଳା ଦେଶରୁ ନିଶାର ମୂଳତ୍ପାଟନ କରିବାକୁ ଉଦ୍ୟମ କରୁଛନ୍ତି ଏହା ମଧ୍ୟ ବିଶ୍ୱବାସୀ ଜାଣିବା ଉଚିତ ବୋଲି ଡିଜି ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
ସେଲ୍ଫି ମାନିଆ; ୪୦୦କେଜି ଡ୍ରଗ୍ସରେ ନିଆଁ ଲଗାଇ ସେଲ୍ଫି ନେଲେ ମହିଳା ଏଏନ୍ଏଫ
Popular Categories



