www.samajalive.in
Saturday, December 13, 2025
26.1 C
Bhubaneswar

ଆମ ପୁଲିସ ସମିତି ପକ୍ଷରୁ ସାଇବର କ୍ରାଇମ୍ ସଚେତନତା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ପଞ୍ଚାୟତ ସମିତି ପରିସରରେ ଅତାବିରା ଆମ ପୋଲିସ ସମିତି ପକ୍ଷରୁ ସାଇବର କ୍ରାଇମ୍ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଖରମୁଣ୍ଡା ଗ୍ରାମର ଗୌନ୍ତିଆ ଭବାନୀ ଶଙ୍କର ପତିଙ୍କ ଅଧ୍ୟକ୍ଷତା ରେ ଏକ ସଚେତନ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ, ଏସ ଆଇ ରବୀନ୍ଦ୍ର ହେମ୍ରମ, କୈଳାଶ ପ୍ରଧାନ, ଏସ ଆଇ ଲିଙ୍ଗରାଜ କିସାନ ଓ କବିତା ବାଗ ପ୍ରମୁଖ ମଂଚାସୀନ ଥିଲେ। ଉପସ୍ଥିତ ଗ୍ରାମବାସୀଙ୍କୁ ଶ୍ରୀଯୁକ୍ତ ପ୍ରଧାନ ତଥା ମଞ୍ଚାସିନ ସମସ୍ତ ପୋଲିସ କର୍ମୀ ସାମ୍ପ୍ରତିକ ପରିସ୍ଥିତିରେ ଘଟୁଥିବା ବିଭିନ୍ନ ପ୍ରକାର ସାଇବର ଯେପରି ଆର୍ଥିକ ଲୋଭ ଦେଖାଇ ସବିଶେଷ ତଥ୍ୟ ମାଗିବା, ଓଟିପି ମାଗିବା, ଏଟିଏମ୍ ବ୍ଲକ ହୋଇଛି ବୋଲି କହି ତାକୁ ପୂର୍ବବତ ଚାଲୁ ରଖିବା ପାଇଁ ଆକାଉଣ୍ଟ ନମ୍ୱର୍ ମାଗିବା, ଅଧିକାର ନମ୍ୱର୍ ମାଗିବା ଆଦି କ୍ରାଇମ୍ ଉପରେ ବିସ୍ତୃତ ଆଲୋଚନା କରିବା ସହିତ ଲୋକ ମାନେ ଯେମିତି ସାଇବର କ୍ରାଇମ୍ ଜାଲରେ ନ ପଡନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ସତର୍କ କରାଇଥିଲେ। ଏମିତି କିଛି ସାଇବର ଠକଙ୍କ ସୂଚନା ପାଇଲେ କିମ୍ବା କିଛି ଅଜଣା ବ୍ୟକ୍ତି କୌଣସି ମୋବାଇଲ ମାଧ୍ୟମରେ କିଛି ଭୁଲ ତଥ୍ୟ ଦେଇ ଅର୍ଥ ମାଗୁଥିଲେ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇବା ପାଇଁ କହିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories