www.samajalive.in
Saturday, December 13, 2025
26.1 C
Bhubaneswar

ଆଇଏମଆଇଟିରେ ୨ ଦିନିଆ ଜାତୀୟ ସମ୍ପାନ କର୍ମଶାଳା ‘ଅସୀମ – ୨୦୨୩’ ଆୟୋଜିତ

ଡେସ୍କ: କଟକ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି)ରେ ପ୍ରଥମ ଥର ଦୁଇ ଦିନିଆ ଜାତୀୟ ସମ୍ପାନ କର୍ମଶାଳା ‘ଅସୀମ – ୨୦୨୩’ ଆୟୋଜିତ ହୋଇଯାଇଛି। ଏହି ସମ୍ପାନ କର୍ମଶାଳାର ବିଷୟବସ୍ତୁ ଥିଲା ଅନାଲାଇଜିଙ୍ଗ, ସ୍ଟ୍ରାଟେଜାଇଜିଙ୍ଗ, ଇନୋଭେଟିଙ୍ଗ ଓ ମ୍ୟାନେଜିଙ୍ଗ। ମୁଖ୍ୟ ଅତିଥି ଭାବେ ଆଇଏମଆଇଟିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ ସୂର୍ଯ୍ୟ କୁମାର ମିଶ୍ର ଏହି କର୍ମଶାଳାକୁ ଉଦଘାଟନ କରି ପ୍ରତିଯୋଗିତାମୂଳକ ବଜାରରେ ମାର୍କେଟିଙ୍ଗର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଅଧ୍ୟକ୍ଷ ପ୍ରଫେସର ଡଃ ମାନସ ରଞ୍ଜନ କବାଟ ଛାତ୍ରଛାତ୍ରୀମାନଙ୍କୁ ଭିତ୍ତିପ୍ରବନ୍ଧ ଉପସ୍ଥାପନ ସମ୍ପର୍କରେ କହିଥିଲେ। ଏମବିଏ ବିଭାଗର ମୁଖ୍ୟ ପ୍ରଫେସର ଡଃ ଶୁଭେନ୍ଦ୍ର କୁମାର ଜୟସିଂହ କିଭଳି ଭିତ୍ତିପ୍ରବନ୍ଧ ଉପସ୍ଥାପନ ଏମବିଏ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏମବିଏ ସଂଯୋଜକ ଅଧ୍ୟାପକ ରଜତ କୁମାର ବଳିୟାରସିଂହଙ୍କ ତତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାରେ ଉଭୟ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀମାନେ୨୦ଟି ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ।

କର୍ମଶାଳାର ଦ୍ଵିତୀୟ ଦିନରେ ସ୍କିଲସବିଲ୍ଡସ୍ ପ୍ରାୟୋଜିତ ‘ତକ୍ଷକ – ୨୦୨୩’ ଅଧୀନରେ ୬୦ ଜଣ ଛାତ୍ରଛାତ୍ରୀ ଆଡ଼ମ୍ୟାଡ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ କଳାକୌଶଳ ପ୍ରଦର୍ଶନ କରିଥିବା ବେଳେ ବିଭିନ୍ନ ସ୍କିଲ ପର୍ଯ୍ୟବସିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଉଭୟ ଏମବିଏ ଓ ଏମସିଏ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories