www.samajalive.in
Saturday, December 13, 2025
26.1 C
Bhubaneswar

ଭାରତୀୟ ଟିଭି କାର୍ଯ୍ୟକ୍ରମ ଉପରେ ପାକ୍‍ର ପ୍ରତିବନ୍ଧକ

ନୂଆଦିଲ୍ଲୀ : ପାକିସ୍ତାନ ସୁପ୍ରିମ କୋର୍ଟ ଶନିବାର ସ୍ଥାନୀୟ ଟିଭି ଚ୍ୟାନେଲରେ ଭାରତୀୟ କାର୍ଯ୍ୟକ୍ରମର ପ୍ରସାରଣ ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ତେବେ ପୂର୍ବରୁ ଏନେଇ ପାକ୍ ସୁପ୍ରିମକୋର୍ଟ ରୋକ ଲଗାଇବା ପାଇଁ ରାୟ ଶୁଣାଇଥିଲେ ମଧ୍ୟ ଲାହୋର ଉଚ୍ଚ ନ୍ୟାୟାଳୟ ଏହି ପୁରାତନ ରାୟକୁ ଅନାବଶ୍ୟକ କହିଥିଲେ।
ସୂଚନା ଅନୁସାରେ, ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟଧୀଶ ସାକିବ୍‍ ନିସାର୍‍ ବିଦେଶୀ କାର୍ୟ୍ୟକ୍ରମ ପ୍ରସାରଣ ନେଇ ହୋଇଥିବା ଏକ ମାମଲା ଶୁଣାଣି କରିବା ସମୟରେ ଭାରତୀୟ କାର୍ୟ୍ୟକ୍ରମ ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକ୍‍ ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ, “ଭାରତୀୟ କାର୍ଯ୍ୟକ୍ରମଗୁଡ଼ିକ ଆମ ଦେଶର ସମ୍ବିଧାନକୁ ଉଲ୍ଲଂଘନ କରିବାକୁ ଉଦ୍ୟମ କରୁଛନ୍ତି, ତେବେ ଆମେ କ’ଣ ତାଙ୍କ ଚ୍ୟାନେଲ ଉପରେ ସାମାନ୍ୟ ପ୍ରତିବନ୍ଧକ ମଧ୍ୟ ଲଗାଇ ପାରିବୁନି?
ତେବେ ପୂର୍ବରୁ ପାକିସ୍ତାନ ଇଲେକ୍ଟ୍ରୋନିକ୍‍ ରେଗୁଲେଟରୀ ଅଥୋରିଟୀ ୨୦୧୬ ରେ ସ୍ଥାନୀୟ ଟିଭି ଓ ଏଫ୍‍ଏମ୍‍ ରେଡିଓ ଚ୍ୟାନେଲଗୁଡ଼ିକରେ ଭାରତୀୟ କାର୍ଯ୍ୟକ୍ରମର ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଇବା ନେଇ ଆଦେଶ ଦେଇଥିଲେ। ଏହାପରେ ୨୦୧୭ରେ ଲାହୋର ଉଚ୍ଚ ନ୍ୟାୟାଳୟ ଏହି ପ୍ରତିବନ୍ଧକୁ ନିରର୍ଥକ କହି ହଟାଇ ଦେଇଥିଲେ। ତେବେ ପାକ୍‍ ସୁପ୍ରିମକୋର୍ଟ ଲାହୋର ଉଚ୍ଚ ନ୍ୟାୟାଳୟର ରାୟକୁ ଖାରଜ କରି ପୁଣି ଏହି ଆଦେଶ ଦେଇଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories