www.samajalive.in
Saturday, December 13, 2025
18.1 C
Bhubaneswar

୩୨କିଲୋ ଗଞ୍ଜେଇ ଜବତ, ୩ ଗିରଫ

ଫୁଲବାଣୀ: ଫୁଲବାଣୀ ସଦର ଅବକାରୀ ବିଭାଗର କର୍ମଚାରୀ ଶୁକ୍ରବାର ସକାଳୁ ପାଟ୍ରୋଲିଂ କରୁଥିବା ସମୟରେ ଗୁଦାରି ଏଆରଷ୍ଟ୍ରିପ ନିକଟରୁ ୩୨ କିଲୋ ଗଞ୍ଜେଇ ଜବତ କରିଛନ୍ତି। ଏଥିସହ ଅଟୋ, ବାଇକ୍ ଜବତ କରି ୩ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି। ଗିରଫ ଗଞ୍ଜେଇ ମାଫିଆମାନେ ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳର ନିରଞ୍ଜନ ଦିଗାଲ(୨୮), ଖଜୁରୀପଡ଼ା ଥାନା ଗୁଦାରି ଗ୍ରାମର ବବୁଲ ଦିଗାଲ(୨୪), ସଦର ଥାନା ଅଞ୍ଚଳ ଗୁଦାବାରି ଗ୍ରାମର ଅନୀଲ ବେହେରା(୨୫)। ଏ ସଂକ୍ରାନ୍ତରେ ଫୁଲବାଣୀ ସଦର ଅବକାରୀ ବିଭାଗ ୧୨୮/୨୨-୨୩ଏକ ମାମଲା ରୁଜୁ କରିଛି। ଏହି ପାଟ୍ରୋଲିଂ ସମୟରେ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ, ଅବକାରୀ ଓଆଇସି ଭବାନୀ ଶଙ୍କର ସେଠୀ, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ସୁଜିତ କୁମାର ମୁଦୁଲି, ଅବକାରୀ କନଷ୍ଟେବଳ ଭ୍ରୁବୁଟି ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories