ନ୍ୟୁୟର୍କରେ ଏଥର ଦୀପାବଳିରେ ସ୍କୁଲ୍‌ ଛୁଟି

ନୂଆଦିଲ୍ଲୀ – କେବଳ ଭାରତରେ ନୁହେଁ ଏବେ ଦେଶ ବିଦେଶର ଦୀପାବଳି ସହ ଭାରତର ବିଭିନ୍ନ ପର୍ବକୁ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି । ଆମେରିକାରେ ଅନେକ ଭାରତୀୟ ପର୍ବକୁ ପାଳନ କରିବା ବେଳେ ବେଶ୍‌ ଆନନ୍ଦ ଏବଂ ଉଲ୍ଲାସର ବାତାବରଣ ଦେଖିବା ପାଇଁ ମିଳୁଛି । ଆଲୋକର ପର୍ବ ଦୀପାବଳିକୁ ପାଳନ ପାଇଁ ନ୍ୟୁୟର୍କରେ ସମସ୍ତ ବିଦ୍ୟାଳୟକେ ଛୁଟି ଘୋଷଣା ପାଇଁ ଏହାର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।

ନ୍ୟୁୟର୍କ ସିଟି କାଉନ୍‌ସିଲ୍‌ ଉମେନ୍‌ ଲିଣ୍ଡା ଲି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ନ୍ୟୁୟର୍କରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଏହି ପବିତ୍ର ପର୍ବରେ ନିଜ ସମ୍ପର୍କୀୟ ତଥା ପିତାମାତଙ୍କ ସହ ରହିବା ପାଇଁ ଆଧିକାରିକ ଭାବେ ଅବକାଶ ନଦେଲେ ନଗରର ସଂସ୍କୃତିର ମାନ ରଖି ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

Comments are closed.