www.samajalive.in
Saturday, December 13, 2025
21.1 C
Bhubaneswar

ଚୋରାଚାଲାଣ ବେଳେ ଲୁହା ପାଇପ୍‌‌ ବୋଝେଇ ଟ୍ରକ ଜବତ; ୮ ଅଟକ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ପୁଲିସ ଲୁହା ପାଣି ପାଇପ୍‌‌ ଚୋରାଚାଲାଣ କରୁଥିବା ଏକ ଟ୍ରକକୁ ଜବତ କରିଛି। ଏହି ଘଟଣାରେ ୮ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର ଜନସାଧାରଣଙ୍କ ପିଇବା ପାଣି ସମସ୍ୟା ଦୂରପାଇଁ ଏଲ ଆଣ୍ଡ ଟି କମ୍ପାନୀ ପକ୍ଷରୁ ମେଗା ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ପାଣି ଯୋଗାଣ ପାଇଁ ରାସ୍ତାକଡରେ ଶହ ଶହ ସଂଖ୍ୟାରେ ଓଜନିଆ ଲୁହା ପାଣି ପାଇପ୍‌‌ ଗଚ୍ଛିତ ରଖାଯାଇଛି। ଚାରିଛକ-ଛତ୍ରଙ୍ଗ ରାସ୍ତାକଡରୁ ଗୁରୁବାର ରାତିରେ ଏକ ଟ୍ରକ୍‌ ଯୋଗେ ପାଖାପାଖି ୧୫ରୁ ୨୦ଖଣ୍ଡ ପାଇପ୍‌‌ ଚୋରାଚାଲାଣ ହେଉଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ପୁରୁଣାକଟକ ପୁଲିସ ଖବର ପାଇ ଗାଡିଟିକୁ ତେଇସିମାଇଲଠାରୁ ଜବତ କରିବା ସହ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଛତିଶଗଡ଼, ବିହାର, ଝାଡଖଣ୍ଡର ଯୁବକ ରହିଥିବା କୁହାଯାଉଛି। ଏହି ଘଟଣାରେ କମ୍ପାନୀର କିଛି କର୍ମଚାରୀଙ୍କ ହାତଥିବା ମଧ୍ୟ ସନ୍ଦେହ କରାଯାଉଛି। ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଚଳାଇଛି।

- Advertisement -

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories