www.samajalive.in
Friday, December 12, 2025
16.1 C
Bhubaneswar

ବାହା ବେଦିରୁ କନ୍ୟା ଫେରାର, ଥାନାରେ ଲିଖିତ ଅଭିଯୋଗ କଲେ ବର

ବଲାଙ୍ଗିର: ବାହାଘର ପରେ ପ୍ରେମିକ ସହ କନ୍ୟା ଫେରାର ହୋଇଯାଇଛି। ଟାଉନଥାନା ବ୍ରାହ୍ମଣପଡ଼ା ସାହିରେ ବାହାଘର ପାରମ୍ପରିକ ରୀତିନୀତିରେ ଚାଲିଥିଲା। ସ୍ଥାନୀୟ ମୁକୁନ୍ଦପୁର ସାହିରୁ ବାହାଘର ପାଇଁ ବର ଶୋଭାଯାତ୍ରାରେ ଆସି କନ୍ୟା ଘରେ ପହଞ୍ଚିଥିଲେ। ବାହାଘର ସମାପନ ପରେ ଜଣେ ଯୁବକ ସହ ଚମ୍ପଟ ମାରିଥିଲା କନ୍ୟା। ସମ୍ପୃକ୍ତ ଯୁବକ ଜଣକ ତା’ର ପ୍ରେମିକ ବୋଲି ଜଣାପଡ଼ିଛି। ଯୁବକଙ୍କ ବାଇକରେ ବସି କନ୍ୟା ଫେରାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଶୋଭାଯାତ୍ରାରେ ଆସି କନ୍ୟା ଘରେ ପହଞ୍ଚିଲେ ବର। ପରମ୍ପରା ଅନୁଯାୟୀ ବର ପହଞ୍ଚିବା ପରେ ବିବାହ ଅନୁଷ୍ଠିତ ହୋଇଥିଲା ଏବଂ ବେଦିରେ ହାତଗଣ୍ଠି ପଡ଼ିଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ହୋମ ପରେ ନିଆଁକୁ ସାକ୍ଷୀ ରଖି କନ୍ୟା ସିନ୍ଥିରେ ସିନ୍ଦୂର ଦେଇଥିଲେ ବର। ହେଲେ ହୋମ ନିଆଁ ଲିଭିବା ପୂର୍ବରୁ ପ୍ରେମିକ ସହ ଚମ୍ପଟ ମାରିଲେ କନ୍ୟା। ବିବାହ ପରେ କନ୍ୟା ପଳାଇଯିବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର।

- Advertisement -

ଦେଓଗାଁ ବ୍ଲକ୍‌ ମୁକୁନ୍ଦପୁର ଗାଁର ପ୍ରେମକୁମାର ମାଝୀଙ୍କର ବଲାଙ୍ଗିର ବ୍ରାହ୍ମଣ ପଡାରେ ବାହାଘର ସ୍ଥିର ହୋଇଥିଲା। ସେଥିପାଇଁ ଗୁରୁବାର ରାତିରେ ବାଣ ରୋଷଣୀ ଓ ବରଯାତ୍ରୀଙ୍କୁ ଧରି ବ୍ରାହ୍ମଣ ପଡାରେ ପହଞ୍ଚିଥିଲେ ପ୍ରେମକୁମାର। ବୈଦିକ ରୀତିନୀତି ଅନୁସାରେ ବାହାଘର ହୋଇଥିଲା। ହୋମ ନିଆଁକୁ ସାକ୍ଷୀ ରଖି ପ୍ରେମକୁମାର ତାଙ୍କ ସାତ ଜନମର ଜୀବନ ସାଥୀଙ୍କ ସିନ୍ଥିରେ ସିନ୍ଦୂର ଦେଇଥିଲେ। ବାହାଘର ପରେ ସମସ୍ତେ ଭୋଜିଭାତରେ ଆପ୍ୟାୟିତ ହୋଇଥିଲେ।

ଆଉ ବିଦାୟ ହେବା ପୂର୍ବରୁ ଘର ଭିତରୁ କନ୍ୟା ଚମ୍ପଟ ମାରିଥିଲେ। ଜଣେ ଯୁବକ ବାଇକ୍‌ରେ ଆସି କନ୍ୟାକୁ ନେଇ ଯାଇଥିଲା। କନ୍ୟା ଫେରାର ହେବାର ଦୃଶ୍ୟରେ ସିସିଟିଭିରେ କଏଦ ହୋଇଛି। କନ୍ୟା ଚମ୍ପଟ ମାରିବା ପରେ ବର ପ୍ରେମକୁମାର ମାଝୀ ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories