www.samajalive.in
Saturday, December 13, 2025
26.1 C
Bhubaneswar

ମାଲବାହୀ ଟ୍ରେନର ୮ଟି ବଗି ଲାଇନଚ୍ୟୁତ; ରେଳ ଚଳାଚଳ ବ୍ୟାହତ

କୋରାପୁଟ(କାର୍ଯ୍ୟାଳୟ): କୋରାପୁଟରୁ ବିଶାଖାପାଟଣା ରେଳ ରାସ୍ତାରେ ପୁଣି ଥରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଶୁକ୍ରବାର କୋରାପୁଟରୁ ସୁକୁ ମଧ୍ୟରେ ତିଆଡି ପୁଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ କିରୁଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ଫଳରେ କୋରାପୁଟରୁ ବିଶାଖାପାଟଣା ରେଳପଥରେ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି। ବିଶାଖାପାଟଣାରୁ କୋରାପୁଟ ଆସୁଥୁବା ପାସେଞ୍ଜର୍ ଟ୍ରେନ ପାଲିବା ନିକଟରେ ଅଟକି ରହିଥିବା ସୂଚନା ରହିଛି।

ପ୍ରକାଶ ଥାଉକି, କିଛି ଦିନ ତଳେ ଆରକୁ ନିକଟରେ ରାମଲିଙ୍ଗମପୁର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ବାରମ୍ୱାର ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେଉଥିବାର ଦେଖାଯାଉଛି। ଏହି ରାସ୍ତା ଦେଇ ଯାତ୍ରୀବାହୀ ଟ୍ରେନ ମଧ୍ୟ ଯାତାୟାତ କରୁଛି।

- Advertisement -

 

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories