କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଳଭଦ୍ର ପ୍ରସାଦ ଗାଁରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାମ ଛଇଳା ଦାସ। ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ; ମହିଳା ଜଣକ ଶୌଚ ହେବା ପାଇଁ ଘର ପଛପଟ ନାଳକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ମାତ୍ର କୌଣସି ପ୍ରକାରେ ସେ ନିଜକୁ କୁମ୍ଭୀର ଠାରୁ ମୁକୁଳାଇବାକୁ ସକ୍ଷମ ହୋଇଥିଲେ। ପରେ ପରିବାର ଓ ଗାଁ ଲୋକେ ଉଦ୍ଧାର କରି ତାଙ୍କୁ ଡ଼ାକ୍ତରଖାନାକୁ ନେଇଥିଲେ।
କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର
Popular Categories



