www.samajalive.in
Saturday, December 13, 2025
26.1 C
Bhubaneswar

ଘରମାଲିକଙ୍କୁ ମରଣାନ୍ତକ ଆକ୍ରମଣ; ଲୁଟିନେଲେ ସର୍ବସ୍ବ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡ଼ାଯଇପୁର ଫାଣ୍ଡି ଅରିଲୋ ଗ୍ରାମରେ ଗୃହକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ସର୍ବସ୍ବ। ଦୁର୍ବୃତ୍ତଙ୍କ ସହ ଲଢେଇ କରି ଗୃହକର୍ତ୍ତା କିଶୋର ଚନ୍ଦ୍ର ରାଉତ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କଟକ ବଡ଼ ମେଡିକଲେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ କିଶୋରଙ୍କ ପରିବାର ସଦସ୍ୟ ବନ୍ଧୁ ଘରକୁ ଯାଇଥିବାବେଳେ କିଶୋର ଏକୁଟିଆ ଘରେ ଥିଲେ। ତେବେ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରି ଆଲମୀରା ଆଦି ଭାଙ୍ଗି ଟଙ୍କା ଓ ଗହଣା ଲୁଟିଥିଲେ। କିଶୋର ଏକୁଟିଆ ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଲଢେଇ କରିଥିବାବେଳେ ସେମାନେ ଧାରୁଆ ଅସ୍ତ୍ରରେ କିଶୋରର ମୁଣ୍ଡ ଓ ପେଟକୁ ଆକ୍ରମଣ କରିଥିଲେ। ଫଳରେ କିଶୋର ସଂଜ୍ଞାହୀନ ହୋଇ ପଡିଯିବା ପରେ ଦୁର୍ବୃତ୍ତମାନେ ଘରୁ ଟଙ୍କା, ସୁନା, ରୂପା ଆଦି ମୂଲ୍ୟବାନ ଜିନିଷ ଲୁଟି ଫେରାର ହୋଇଯାଇଥିଲେ। ହେଲେ କିଶୋର ଗୁରୁତର ଅବସ୍ଥାରେ ଘରେ ପଡିରହିଥିଲେ। ସକାଳୁ ତାଙ୍କ ପୁଅ ଆସି ଘର କବାଟ ଖୋଲି ଭିତରକୁ ପଶିଲା ବେଳକୁ ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାହାଙ୍ଗା ମେଡିକାଲକୁ ନେଇଥିଲେ। ସେଠାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଦୁଇ ସ୍ଥାନରୁ ଲୁଟ୍ କରିଥିବା ଜଣାଯାଇଛି। ବାରମ୍ବାର ଏହି ଅଂଚଳରୁ ଚୋରି, ଲୁଟ ହେଉଥିଲେ ମଧ୍ୟ ପୁଲିସ ଚୋରମାନଙ୍କୁ ଧରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories