www.samajalive.in
Sunday, December 14, 2025
16.1 C
Bhubaneswar

କଟକ ବଡ଼ ଡାକ୍ତରଖାନା : ୨ସିଟି ସ୍କାନ ଅଚଳ, ରୋଗୀ ହଟହଟା

କଟକ : ରାଜ୍ୟର ସମସ୍ତ ସରକାରୀ ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କୁ ମାଗଣାରେ ସମସ୍ତ ପରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି। ଏଥିନେଇ ରାଜ୍ୟ ସରକାର ‘ନିଦାନ’ ଯୋଜନା ଆରମ୍ଭ କରିଛନ୍ତି। କଟକ ବଡ଼ ମେଡିକାଲରେ ରକ୍ତ ପରୀକ୍ଷାଠାରୁ ସିଟି ସ୍କାନ, ଏମଆରଆଇ ସେବା ମାଗଣାରେ ଯୋଗାଇ ଦିଆଯାଉଛି। ନିଦାନ କେନ୍ଦ୍ରସ୍ଥିତ ଏମଆରଆଇ କେନ୍ଦ୍ରକୁ ଶହଶହ ରୋଗୀ ଆସିଥିଲେ। କେନ୍ଦ୍ରରେ ୨ଟି ସିଟି ସ୍କାନ ମେସିନ ଅଚଳ ଥିବାରୁ ଯୋଗୁଁ ଅନେକ ରୋଗୀ କେନ୍ଦ୍ର ସମ୍ମୁଖରେ ଅପେକ୍ଷା କରି ରହିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସିଟି ସ୍କାନ ମେସିନ କାମ ନ କରିବାରୁ ବହୁ ରୋଗୀ ନିରାଶ ହୋଇଫେରିଯାଇଥିଲେ।
ଗରିବରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ଯୋଜନାରେ ଜଣେ ରୋଗୀକୁ ସର୍ବାଧିକ ୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଏବଂ ଜଣେ ମହିଳା ରୋଗୀଙ୍କୁ ୧୦ଲକ୍ଷ ଟଙ୍କା ସହାୟତା ମିଳୁଛି। ସରକାରୀ ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କର ଡାଏଲିସିସ ସହିତ ଏମଆରଆଇ, ସିଟିସ୍କାନ, ଏକ୍ସରେ ସହିତ ସମସ୍ତ ରକ୍ତ ପରୀକ୍ଷା ମାଗଣାରେ ଯୋଗାଇ ଦିଆଯାଉଛି। ନିଦାନ ଯୋଜନା ଆରମ୍ଭ ହେବା ପରେ ମେଡିକାଲରେ ୟୁଜର୍ସ ଆଦାୟ ଏକ ପ୍ରକାର ବନ୍ଦ ହୋଇଯାଇଛି। ୟୁଜର୍ସ ଆଦାୟ ବନ୍ଦ ରହିଥିବାବେଳେ ‘ନିଦାନ’ର ଯୋଜନାର ସଫଳତା ପାଇଁ
ଏସ୍‌‌ସିବିରେ କୌଣସି ଭିତ୍ତିଭୂମି ପ୍ରସ୍ତୁତ କରାଯାଇନାହିଁ। ରକ୍ତପରୀକ୍ଷା, ସିଟି ସ୍କାନ, ଏମଆରଆଇ ପ୍ରଭୃତି ମାଗଣାରେ ଉପଲବ୍ଧ ହେଉଛି। ଘରୋଇ ହସ୍ପିଟାଲ ସମେତ ବିଭିନ୍ନ ବିଭାଗରେ ଚିକିତ୍ସାଧୀନ ଗୁରୁତର ରୋଗୀ ଏହିସବୁ ପରୀକ୍ଷା କରିବା ପାଇଁ ଗହଳି ଲଗାଉଛନ୍ତି। ଏସ୍‌‌ସିବିରେ ଏମ୍‌‌ଆର୍‌‌ଆଇ ସେବା ସରକାରୀ ଓ ଘରୋଇ ସହଭାଗିତାରେ ଗଢିଉଠିଛି। ସମ୍ପୃକ୍ତ ସଂସ୍ଥାର ମାତ୍ର ଗୋଟିଏ ଏମଆରଆଇ ମେସିନ ରହିଛି। ଏହି ଗୋଟିଏ ମେସିନରେ ଦୈନିକ ୧୦ରୁ ୧୫ଜଣ ରୋଗୀଙ୍କ ଏମ୍‌‌ଆରଆଇ କରାଯାଉଛି। ସେହିପରି ନିଦାନ କେନ୍ଦ୍ରରେ ଆଉ ଏକ ସିଟି ସ୍କାନ ମେସିନ ରହିଛି। ମାଗଣାରେ ସେବା ଉପଲବ୍ଧ ହେଉଥିବାରୁ ବର୍ତ୍ତମାନ ଦୈନିକ ଶହଶହ ରୋଗୀ ଏମ୍‌‌ଆର୍‌‌ଆଇ ଓ ସିଟି ସ୍କାନ ପାଇଁ ଉକ୍ତ କେନ୍ଦ୍ର ସମ୍ମୁଖରେ ସକାଳୁ ଧାଡି ଲଗାଉଛନ୍ତି। ୧୦ରୁ ୧୫ଜଣ ରୋଗୀଙ୍କର ସିଟି ସ୍କାନ ହେଉଛି। ଦୁଇଦିନ ହେବ ଦୁଇଟି ଯାକ ସିଟି ସ୍କାନ ମେସିନ ଅଚଳ ହୋଇପଡ଼ିଛି। ଏଥିଯୋଗୁଁ ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କୁ ସିଟି ସ୍କାନ କିମ୍ବା ଏମଆରଆଇ ସମ୍ଭବ ହୋଇପାରୁନାହିଁ। ସିଟି ସ୍କାନ ଗୃହ କବାଟରେ ମେସିନ କାମ କରୁନଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କେବେଠାରୁ କାର୍ଯ୍ୟକ୍ଷମ ହେବ ସେ ସଂକ୍ରାନ୍ତରେ କେହି କିଛି ମୁହଁ ଖୋଲୁନାହାନ୍ତି। ମେଡିକାଲରେ ୨ଟି ସିଟିସ୍କାନ ମେସିନ ଅଚଳ ହୋଇପଡ଼ିଥିବାରୁ ଗୁରୁତର ଏବଂ ସଂକଟାପନ୍ନ ରୋଗୀ ବାଧ୍ୟ ହୋଇ ଘରୋଇ କେନ୍ଦ୍ର ଦୌଡୁଛନ୍ତି।
ଏମ୍‌‌ଆର୍‌‌ଆଇ କେନ୍ଦ୍ରରେ ଅବ୍ୟବସ୍ଥା ଯୋଗୁଁ ବହୁ ରୋଗୀ ନିରାଶରେ ଫେରିଯାଉଛନ୍ତି। କେବଳ ଏମ୍‌‌ଆର୍‌‌ଆଇ ସେବା ନୁହେଁ କିଡନୀ ରୋଗୀଙ୍କର ଡାଏଲିସିସରେ ମଧ୍ୟ ସମାନ ଅସୁବିଧା ପରିଲକ୍ଷିତ ହେଉଛି। କେବଳ ଏହି ଦୁଇଟି ବିଭାଗ ନୁହେଁ ନିଦାନ ବିଭାଗରେ ଅବ୍ୟବସ୍ଥା ସବୁଠାରୁ ବଳିପଡ଼ିଲାଣି। ଶହଶହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବିଭିନ୍ନ ରକ୍ତନମୁନା ଧରି ଲମ୍ବା ଧାଡିରେ ଘଣ୍ଟାଘଣ୍ଟା ଧରି ଛିଡାହୋଇ ରହୁଛନ୍ତି। ନିଦାନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସାଧାରଣରେ ମତପ୍ରକାଶ ପାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories