www.samajalive.in
Sunday, December 14, 2025
26.1 C
Bhubaneswar

ରାଜପଥରୁ ଜବରଦଖଲ ହଟାଅ ; ଓଡ଼ିଶାକୁ ୬୭% ନମ୍ବର

ଭୁବନେଶ୍ୱର : ରାଜ୍ୟରେ ସଡ଼କ ସୁରକ୍ଷା, ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ, ଆହତଙ୍କୁ ତୁରନ୍ତ ଚିକିତ୍ସା ଓ ସହାୟତା ପ୍ରଦାନ ଦିଗରେ ରାଜ୍ୟ ସରକ।ର ନେଉଥିବା ପଦକ୍ଷେପ ଉପରେ ସୁପ୍ରିମକୋର୍ଟ କମିଟି ସଚିବ ସଞ୍ଜୟ ମିତ୍ତଲ ଖୁସିବ୍ୟକ୍ତ କରିଛନ୍ତି।
ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟ କମିଟି ବୈଠକରେ ଶ୍ରୀ ମିତ୍ତଲ ଜାତୀୟ ରାଜପଥରୁ ଅବରୋଧ ହଟାଇବା ଜାତୀୟ ସଡ଼କ କଂଗ୍ରେସର ନିୟମ ଅନୁଯ।ୟୀ ମିଡିଆନ ନିର୍ମ।ଣ, ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନ ଚିହ୍ନଟ ଏବଂ ଆବଶ୍ୟକୀୟ ସୂଚନା ଫଳକ ଲଗାଇବାକୁ ପରାମର୍ଶ ଦେଇଥିଲେ। ସଡ଼କ ସୁରକ୍ଷା କ୍ଷେତ୍ରରେ ସରକାର ସବୁ ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ବ୍ୟବସ୍ଥାକୁ ନେଇ ୬୭ ପ୍ରତିଶତ ମାର୍କ ରଖିଥିବା ଶ୍ରୀ ମିତ୍ତଲ ସୂଚନା ଦେଇଛନ୍ତି।
ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜପଥକୁ ସଂଲଗ୍ନ କରୁଥିବା ରାସ୍ତାରେ ସ୍ପିଡବ୍ରେକର ବ୍ୟବସ୍ଥା, ଯାନବାହନ ଯାଞ୍ଚ ଏବଂ ନିଶା ସେବନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟ।ନୁଷ୍ଠ।ନ ଗ୍ରହଣ କରାଯିବ। ଦୁର୍ଘଟଣାର
ପ୍ରଥମ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିରୁ ଆହତ ବ୍ୟକ୍ତିମାନଙ୍କୁ ପ୍ରାଥମିକ ଚିକିତ୍ସାରେ ସହାୟତା ପ୍ରଦାନ କରାଯିବ। ଏଥିନିମନ୍ତେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଟ୍ରମା କେନ୍ଦ୍ରଗୁଡ଼ିକରେ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ସ୍ୱ।ସ୍ଥ୍ୟ ବିଭାଗଙ୍କୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି।
ବୈଠକରେ ରାଜ୍ୟରେ ଦୁର୍ଘଟଣା ଜନିତ ମୃତାହତ ସଂପର୍କରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଅରୁଣ ବୋଥ୍ରା କହିଥିଲେ ଯେ, ୨୦୨୧ରେ ର।ଜ୍ୟରେ ୧୦୯୮୩ଟି ଦୁର୍ଘଟଣାରେ ୫୦୮୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୭୮୨ ଜଣ ଆହତ ହୋଇଥିଲେ। ସେହିଭଳି ୨୦୨୨ରେ ୧୧୬୬୩ଟି ଦୁର୍ଘଟଣାରେ ୫୪୬୭ ଜଣ ପ୍ର।ଣ ହର।ଇଥିଲେ ଏବଂ ୧୦୩୦୨ ଜଣ ଆହତ ହୋଇଥିଲେ। ଗତବର୍ଷ ଗଞ୍ଜ।ମରେ ସର୍ବାଧିକ ଓ ଗଜପତି ଜିଲାରେ ସର୍ବନିମ୍ନ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିଲା। ସେହିଭଳି ରକ୍ଷକ ସଚେତନତା କାର୍ଯ୍ୟକ୍ରମରେ ଦୁର୍ଘଟଣା ଜନିତ ପ୍ରାଥମିକ ଚିକିତ୍ସାରେ ସହାୟତା ପ୍ରଦାନ କ୍ଷେତ୍ରରେ ୧୧୩୮୯ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ବାହକ କାର୍ଯ୍ୟକ୍ରମ ମାଧ୍ୟମରେ ୧୫୩୨ ଭାରୀଯାନ ଚାଳକଙ୍କୁ ତାଲିମ ପ୍ରଦାନ କରାଯାଉଛି ଏବଂ ଚତୁର୍ଥ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ଯାଜପୁରର ୪ ଶହ ଭାରୀଯାନ ଚାଳକଙ୍କୁ ମଧ୍ୟ ତାଲିମ ପ୍ରଦାନ କର।ଯିବାର ବ୍ୟବସ୍ଥା କରାଯାଇଛି। ସେହିଭଳି ବ୍ରହ୍ମପୁର, କେନ୍ଦୁଝର ଏବଂ ବଣାଇଁଠାରେ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ଗାଡ଼ି ଚାଳନା ଏବଂ ତାଲିମ ଗବେଷଣା କେନ୍ଦ୍ରରେ ରାଜ୍ୟର ଏକ ହଜାର ଅନୁସୂଚିତ ଜାତି ଓ ଜନଜାତି ଭାରୀଯାନ ଚାଳକଙ୍କୁ ବିଭ।ଗ ପକ୍ଷରୁ ଚଳିତ ବର୍ଷ ତାଲିମ ପ୍ରଦାନ କରାଯିବ। ରାଜ୍ୟର ସମସ୍ତ ଆଞ୍ଚଳିକ ଏବଂ ସହାୟକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୈନିକ ହାରାହାରି ୧୮ ଶହ ଜଣଙ୍କୁ ସଡ଼କ ସୁରକ୍ଷା ସଂପର୍କିତ ଅତ୍ୟାଧୁନିକ ତାଲିମ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଉଥିବା ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପ।ଢ଼ୀ ସୂଚନା ଦେଇଥିଲେ। ବୈଠକରେ ର।ଜ୍ୟ ଆରକ୍ଷୀ ମହାନିର୍ଦେଶକ ସୁନିଲ କୁମ।ର ବଂଶଲ, ସ୍ୱ।ସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories