www.samajalive.in
Sunday, December 14, 2025
26.1 C
Bhubaneswar

ରଘୁନାଥ ଜୀୟୁ ଯୁବକ ସଂଘ ଆନୁକୂଲ୍ୟରେ ଜନ୍ତାଳ ଉତ୍ସବ

ବଡ଼ମ୍ବା :  ବଡ଼ମ୍ବା ତେଲିସାହି ରଘୁନାଥ ଜୀୟୁ ଯୁବକ ସଂଘ ଆନୁକୂଲ୍ୟରେ ପ୍ରଥମକରି ମା ପନ୍ଥେଇ ଠାକୁରାଣୀଙ୍କ ନିକଟରେ ଜନ୍ତାଳ ସାହି ଉତ୍ସବ ପାଳନ ହୋଇଯାଇଛି । ସଂଘର ସଭାପତି ସନ୍ତୋଷ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏଭଳି ସାହିଯାତ ଏବଂ ପଂକ୍ତି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାର ଏକ ଅନନ୍ୟ ଗ୍ରାମୀଣ ସଂସ୍କୃତି ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ମିଶ୍ର ନିଜ ଅଭିଭାଷଣରେ ମତପୋଷଣ କରିଥିଲେ। ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି,ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଶାନ୍ତ କୁମାର ଜେନା, ଜିଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ, ୱାର୍ଡ଼ ସଭ୍ୟ ଜ୍ଞାନରଞ୍ଜନ ଦାଶ, ସଂଘର ଉପସଭାପତି ପ୍ରଫୁଲ୍ଲ କୁମାର ସାହୁ, ଉପଦେଷ୍ଟା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବୃନ୍ଦାବନ ପରିଡ଼ା ପ୍ରମୁଖ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଡ଼ମ୍ବା ଗଡ଼ଯାତ ସଂସ୍କୃତିରେ ତେଲିସାହିର ପାରମ୍ପରିକ ରାମଲୀଳା ନୃତ୍ୟ, କଳା ଓ ସଂସ୍କୃତି ଏବଂ ଭାଇଚାରା ଉପରେ ଆଲୋକପାତ କରିଥିଲେ। ଉଦ୍ୟୋକ୍ତାଙ୍କୁ ସାଧୁବାଦ ଜଣାଇବା ସହ ତେଲିସାହିର ବହୁ ପୁରାତନ ରଘୁନାଥ ଜୀୟୁ ମଠର ଉନ୍ନତିକରଣ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ଏହି ଅବସରରେ ଘୋଷଣା କରିଥିଲେ। ଯୁବକ ସଂଘ ସଦସ୍ୟ ଦେବାଶୀଷ ପରିଡ଼ା, ସୁଶାନ୍ତ କୁମାର ସାହୁ, ଅଶୋକ ସେଠୀ, ଅଜୟ ସେଠୀ,ଜିତେନ୍ଦ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟ ସମସ୍ତ ସଦସ୍ୟ ଏବଂ ସାହି ମୁରବୀ ବହୁସଂଖ୍ୟାରେ ଯୋଗଦେଇଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories