www.samajalive.in
Sunday, December 14, 2025
26.1 C
Bhubaneswar

କାଣସୁର ସରକାରୀ ବାଳିକା ଉଚ୍ଚ ଓ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର କାଣସୁରରେ ଥିବା ସରକାରୀ ବାଳିକା ଉଚ୍ଚ ଓ ଆଶ୍ରମ ବିଦ୍ୟାଳୟ ରେ ୨୦୨୨-୨୩ ର ବାର୍ଷିକ ଉତ୍ସବ ଆଡମ୍ବରରେ ପାଳିତ ହୋଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ମଙ୍ଗଳ ତଥା ପାରସାଲି ସ୍ୱତନ୍ତ୍ର ଅଧିକାରୀ ଅଧିକାରୀ ସଲମନ ରାଇକା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ମଣ୍ଡଳ ଅଧିକାରୀ ଶ୍ୟାମଘନ ଭୂୟାଁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ଡାକ୍ତର ସମ୍ୟରଂଜନ ଜେନା, ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ପାରସାଲି ସରପଞ୍ଚ ଲଷ୍ମୀ କାଡ୍ରାକା,ସମିତି ସଭ୍ୟ ବିକାଶ ବାଗ, ବିଦ୍ୟାଳୟ ସଭାପତି ଦୀନବନ୍ଧୁ କାଡ୍ରାକା ପ୍ରମୁଖ ମଞ୍ଚାସୀନଲେ। ଖେଳର ଉପକାରୀତା ,ଶିକ୍ଷା ସହ ଶାରୀରିକ ଶିକ୍ଷାର ଆବଶ୍ୟକତା ବିଷୟରେ ଅତିଥିମାନେ ମତ ଦେଇଥିଲେ। ଦୁଇଦିନ ଧରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରିଥିଲେ। ଏଥିରେ ୧୫୦ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନକରାଯାଇଛି।

- Advertisement -

ଏହାକୁ ଶିକ୍ଷକ ଅନନ୍ତ କାଡ୍ରାକା, ଉପାସୁ ହଂସ, ତପସ୍ୱିନୀ କଣ୍ଡାଇ ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଗମାଙ୍ଗ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଆମନ୍ତ୍ରିତ ଶିକ୍ଷକ ଅଭିଭାବକ ସମସ୍ତ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କୁ ନେଇ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟ କ୍ରମ କରାଯାଇଛି। ସେହିପରି ସିରିପୁର ଓ ବୁଡ଼ାଗୁଡା ସେବାଶ୍ରମରେ ମଧ୍ୟ ଧୁମଧାମରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories