www.samajalive.in
Sunday, December 14, 2025
26.1 C
Bhubaneswar

ହତ୍ୟା ଘଟଣାରେ ୫ଜଣଙ୍କୁ ଆଜୀବନ କାରାଦଣ୍ଡ

ବାଲିଗୁଡା: ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା କୋର୍ଟ ବିଚାରପତି ଏକ ହତ୍ୟା ଘଟଣାର ଶୁଣାଣି କରି ୫ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସନ୍ତୋଷ ପ୍ରଧାନୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ହୋଇଥିବା ୫ଜଣ ହେଲେ ଗଙ୍ଗାଧର ପାତ୍ର, ପ୍ରଦୀପ ଦଣ୍ଡସେନା, ବାରାଣାସି ପାତ୍ର, ବିନାୟକ ପାତ୍ର ଓ ଗୋଲୋକ ପୁଜାରୀ। ସରକାରୀ ଓକିଲ ଭାବେ ରବୀନ ଚନ୍ଦ୍ର ସାହୁ ମାମଲାକୁ ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଓକିଲ ସୁରେନ୍ଦ୍ର ପାତ୍ର ଲଢୁଥିଲେ।

ଗତ ୨୦୧୪ ମସିହାରେ ବାଲିଗୁଡା ଥାନା ଅନ୍ତର୍ଗତ ବୁଡାଗୁଡା ନେଡିସାହିର ସନ୍ତୋଷ ପ୍ରଧାନୀ ନାସ ଖାଇବାକୁ ଯାଇଥିବା ବେଳେ ପୁର୍ବ ଶତ୍ରୁତା କାରଣରୁ ଗଙ୍ଗାଧରପାତ୍ର, ପ୍ରଦୀପ ଦଣ୍ଡସେନା, ବାରାଣାସି ପାତ୍ର, ବିନାୟକ ପାତ୍ର, ଗୋଲୋକ ପୁଜାରୀ ଓ ସନ୍ତଷ ପାତ୍ର ବଚସା କରି ମରଣାତ୍ମକ ଆକ୍ରମଣ କରିଥିଲେ। ଏହି ଖବର ଜାଣିବା ପରେ ତାଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ମାଡ ଖାଇଥିବା ସନ୍ତୋଷ ପ୍ରଧାନୀଙ୍କୁ ଘରକୁ ଆଣିଥିଲେ ଏବଂ ସେ ରକ୍ତ ବାନ୍ତି କରିବାରୁ ତାଙ୍କୁ ମେଡିକାଲକୁ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ବାଲିଗୁଡା ଥାନାରେ ତାଙ୍କ ପରିବାର ଲୋକେ ଏତଲା ଦେଇଥିଲେ। ଏତଲାକୁ ଭିତି କରି ବାଲିଗୁଡା ଥାନା କେଶ ନଂ ୨୪ ତା ୧୨/୦୩/୨୦୧୪ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲେ। ଏହାପରେ ଏମାନେ ଜାମିନରେ ଆସିଥିଲେ। ଏହି ଛଅ ଜଣ ମଧ୍ୟରୁ ଜଣେ ସନ୍ତୋଷ ପାତ୍ରଙ୍କ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ପାଂଚ ଜଣ ଗଙ୍ଗାଧରପାତ୍ର, ପ୍ରଦୀପ ଦଣ୍ଡସେନା, ବାରାଣାସି ପାତ୍ର, ବିନାୟକ ପାତ୍ର, ଗୋଲୋକ ପୁଜାରୀଙ୍କୁ ଦୋଷି ସାବ୍ୟସ୍ତ ହେବା ପରେ କୋର୍ଟ ଚାଲାଣ କରାଯାଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories