www.samajalive.in
Sunday, December 14, 2025
26.1 C
Bhubaneswar

ଦୁର୍ଗନ୍ଧରେ ଅତିଷ୍ଠ ୨୨ନଂ ୱାର୍ଡବାସୀ : ଆମରଣ ଅନଶନ ଚେତାବନୀ

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ଭରତପୁର ନିକଟସ୍ଥ ଜି.ଏ କଲୋନୀରେ ବିଏମ୍‌ସି ପକ୍ଷରୁ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ ଏବେ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହୋଇଛି । ଏହି ପ୍ଲାଣ୍ଟରୁ ବାହାରୁଥିବା ଦୁର୍ଗନ୍ଧ ସ୍ଥାନୀୟ ବାସିନ୍ଦାଙ୍କୁ ଅଣନିଃଶ୍ବାସୀ କରୁଛି। ତା’ଛଡ଼ା ଅବ୍ୟବସ୍ଥିତ  ସ୍ବରେଜ୍‌ ବ୍ୟବସ୍ଥା ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରୁଛି । ମଶା ମାଛି ଉପଦ୍ରବ ସାଙ୍ଗକୁ ଅଳିଆ ଆବର୍ଜନା ଦିନକୁ ଦିନ ସଙ୍ଗିନ ପରିସ୍ଥିତି ସୃଷ୍ଟି କରୁଛି । ସରକାରୀ ଅଧିକାରୀଙ୍କୁ ବାରମ୍ବାର ଏ ବାବଦରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ବିଧାନସଭା ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ବରିଷ୍ଠ ନାଗରିକ ଚେତାବନୀ ଦେଇଛନ୍ତି।
ଜି.ଏ କଲୋନୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ନାୟୁରୋଗ ବିଶେଷଜ୍ଞ ଡା. ପ୍ରଦ୍ୟୁତ୍ ରଞ୍ଜନ ଭୂୟାଁ, ରବୀନ୍ଦ୍ର କୁମାର ଶର, କାଶୀନାଥ ପ୍ରଧାନ ଓ କବି ପ୍ରସାଦ ମିଶ୍ର ପ୍ରମୁଖ କହିଥିଲେ ଯେ, ୨୨ନଂ ୱାର୍ଡରେ ଥିବା ଏହି କଲୋନୀ ନିକଟରେ କମ୍ପୋଷ୍ଟିଂ ପ୍ଲାଣ୍ଟ କରିବାବେଳେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରାଯାଇ ନଥିଲା। ଆଖପାଖ ଚାରୋଟି ୱାର୍ଡରୁ ବାହାରୁଥୁବା ଅଳିଆ, ଆବର୍ଜନା ଏଠାକୁ ଆସୁଥିବାରୁ ଦୁର୍ଗନ୍ଧର ମାତ୍ରା ବୃଦ୍ଧି ପାଉଛି । ଏ ସମ୍ପର୍କରେ ପ୍ରଶାସନକୁ ଲିଖତ ଭାବେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଏହି ଅଞ୍ଚଳରୁ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେମାନେ ଦାବି କରିଛନ୍ତି । ଆସନ୍ତା ମାସକ ମଧ୍ୟରେ ସରକାର କୌଣସି ପ୍ରତିକାର ନକଲେ ବରିଷ୍ଠ ନାଗରିକ ଆମରଣ ଅନଶନରେ ବସିବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories